ଇସ୍ଲାମାବାଦ,୭।୧: ଲାହୋର ହାଇକୋର୍ଟର ବିଚାରପତି ଆୟେଶା ମଲିକଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ପାକ୍ ନ୍ୟାୟିକ କମିଶନ ଗୁରୁବାର ଜଷ୍ଟିସ୍ ଆୟେଶାଙ୍କ ପଦୋନ୍ନତିକୁ ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ସେ ପାକିସ୍ତାନ ସର୍ବୋଚ୍ଚ ଅଦାଲତର ପ୍ରଥମ ମହିଳା ବିଚାରପତି ହେବାକୁ ଯାଉଛନ୍ତି। ହାର୍ଭାର୍ଡ ଲ’ ସ୍କୁଲ୍ରୁ ଏଲଏଲ୍ଏମ୍ରେ ସ୍ନାତକ କରିଥିବା ଆୟେଶା ୨୦୧୨ରେ ଲାହୋର ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ଏକ ପ୍ରମୁଖ କର୍ପୋରେଟ ଓ ବ୍ୟବସାୟିକ ଆଇନ ସଂସ୍ଥାର ଅଂଶୀଦାର ଥିଲେ।