ପୁରୀ,୧୯।୭: ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ବିଶ୍ୱନାଥ ରଥ ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି, ଏହି ପ୍ରକ୍ରିୟାରେ କାହାକୁ ଭୋକ, ଶୋଷ ଓ ଥକାପଣ ଅନୁଭବ ହୋଇନଥିଲା। ଏତେ କମ ସମୟରେ ଏହା ସମ୍ପୂର୍ଣ୍ଣ ହେବା ଏକ ଐତିହାସିକ କାର୍ଯ୍ୟ ଥିଲା। ମହାପ୍ରଭୁଙ୍କୁ ଆର୍ଶୀବାଦ ବିନା ଏହା ଅସମ୍ଭବ ଥିଲା।
ଏବେ ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ପୂର୍ବରୁ ଏସ୍ଓପିରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ସରିଛି। ଏଏସ୍ଆଇ ରତ୍ନଭଣ୍ଡାରର ମରାମତି ପରେ ଗଣତି ଆରମ୍ଭ। ମଣତି ଗଣତି କାର୍ଯ୍ୟ ପାଇଁ ବୈଷୟିକ ଜ୍ଞାନ ବ୍ୟବହାର ହେବ। ଏଥିପାଇଁ କିଛି ବିଶେଷଜ୍ଞଙ୍କୁ ସାମିଲ କରାଯିବ। ପୂରା ପ୍ରକ୍ରିୟାରେ ମହାପ୍ରଭୁଙ୍କ ନୀତି ଓ ଦର୍ଶନକୁ ପ୍ରାଥମିକତା ଦିଆଯିବ ବୋଲି ବିଶ୍ୱନାଥ କହିଛନ୍ତି।