Categories: ଜାତୀୟ

ଲାଲକିଲ୍ଲାରେ ଏମିତି କ’ଣ କହିଦେଲେ ମୋଦି, ହସିବାକୁ ଲାଗିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତାର ୭୮ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପିଏମ ମୋଦି ଧର୍ମନିରପେକ୍ଷ ସିଭିଲ କୋଡ ବିଷୟରେ ଉଲ୍ଲେଖ କରିଛନ୍ତି। ମୋଦି କହୁଥିବାବେଳେ ସେଠାରେ ଉପସ୍ଥିତ ଥିବା ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡ ହସୁଥିବାର ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶରେ ସେକୁଲାର ସିଭିଲ କୋଡ୍‌ ରହିବା ଉଚିତ, ଯାହା ଦେଶରେ ଧର୍ମ ଆଧାରରେ ହେଉଥିବା ଭେଦଭାବରୁ ମୁକ୍ତି ଦେବ।

ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପିଏମ ମୋଦି କହିଛନ୍ତି, ସୁପ୍ରିମକୋର୍ଟ ବାରମ୍ବାର ୟୁସିସି ଉପରେ ଆଲୋଚନା କରିଛନ୍ତି। ଅନେକ ଥର ଏହାକୁ ନେଇ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କାରଣ ଦେଶର ଏକ ସିଂହ ଭାଗ ଯେଉଁ ସିଭିଲ କୋଡରେ ରହୁଛନ୍ତି ତାହା କମ୍ୟୁନାଲ ସିଭିଲ କୋଡ୍‌ ଅଟେ। ଏହା ଏକ ପ୍ରକାର ଭେଦଭାବ କରୁଥିବା ସିଭିଲ କୋଡ ଅଟେ।

Share