Categories: ଜାତୀୟ

ତିରୁପତି ଲଡୁର ଘିଅରେ ପଶୁଚର୍ବି ମିଶିବାକୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି, ହେଲେ ହଠାତ୍‌ ମନ୍ଦିରରେ ପହଞ୍ଚିଗଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୩୦।୯: ତିରୁପତି ବାଲାଜୀ ମନ୍ଦିରରେ ସୃଷ୍ଟି ହୋଇଥିବା ଲଡୁ ବିବାଦକୁ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହାରି ଭିତରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ପହଞ୍ଚି ସେ ଭଗବାନ ଭେଙ୍କଟେଶ୍ୱରାଙ୍କୁ ପୂଜା କରିଛନ୍ତି। ପରିବାର ସଦସ୍ୟଙ୍କ ସହ ତାଙ୍କୁ ଭାଇକୁଣ୍ଟା ରୋ କମ୍ପ୍ଲେକ୍ସରେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧିକାରୀମାନେ ପାରମ୍ପାରିକ ସମ୍ମାନରେ ସ୍ବାଗତ କରିଥିଲେ।

CJI ଙ୍କ ଏହି ଗସ୍ତ ଏହି ସମୟରେ କରିଛନ୍ତି ଯେତେବେଳ ତିରୁପତି ଲଡୁ ବିବାଦ ଆରମ୍ଭ ହୋଇଛି। ପୂର୍ବ YSRCP ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ତିରୁପତିଙ୍କ ପ୍ରସାନ ଲଡୁରେ ପଶୁ ଚର୍ବି ବ୍ୟବହାର ଅଭିଯୋଗକୁ ନେଇ ଗତ କିଛି ଦିନ ହେବ ଆଲୋଡ଼ନ ଦେଖାଦେଇଛି।

Share