‘ଧର୍ମାନୁଷ୍ଠାନ, କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ହେବ’

ବ୍ରହ୍ମପୁର (ସ୍ମୃତି ରଞ୍ଜନ ମହାଲିକ)/ ଗୋପାଳପୁର (ନବୀନରାଜ ଆଚାରୀ) ୨୬ା୮: ୫-ଟି ସଚିବ ଭି. କେ. ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ବେଳେ ଶୁକ୍ରବାର ପ୍ରଥମ ଦିନରେ ସେ ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ, ବ୍ରହ୍ମପୁର ମହାନଗରର ବିବେକ ବିହାର, ରଙ୍ଗେଇଲୁଣ୍ଡା ବ୍ଲକ କନିଷି ବାଲାଜୀ ବିଦ୍ୟାପୀଠ ଆୟୋଜିତ ସମାବେଶରେ ଯୋଗ ଦେଇଛନ୍ତି। ଏହାପରେ ୫-ଟି ସଚିବ ପୁରୁଷୋତ୍ତମପୁର ଆସି ମା’ ତାରାତାରିଣୀଙ୍କ ଦର୍ଶନ କରି ସେଠାରେ ମିଶନ ଶକ୍ତି ମହିଳାମାନଙ୍କ ସମସ୍ୟା ବୁଝିଛନ୍ତି। ପରେ ଗସ୍ତ କାର୍ଯ୍ୟକ୍ରମ ସୂଚୀ ସାମାନ୍ୟ ପରିବର୍ତ୍ତନ କରି ଅପରାହ୍ନରେ ଗଜପତି ଜିଲା ଗସ୍ତ କରିଛନ୍ତି।
ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ସଭା ସ୍ଥଳରେ ୫-ଟି ସଚିବ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ସମସ୍ୟା ଆଲୋଚନା କରିଥିଲେ। କଲେଜଗୁଡିକୁ ୫-ଟିରେ ରୂପାନ୍ତରଣ କରାଯିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସରିବ ବୋଲି ସେ କହିଥିଲେ। କନିଷି ବାଲାଜୀ ବିଦ୍ୟାପୀଠ ଖେଳ ପଡିଆଠାରେ ଆୟୋଜିତ ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ସଚିବଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଚିବ ମଧ୍ୟ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବୋଲି ୫-ଟି ସଚିବ ସେଠାରେ କହିଥିଲେ। ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି, ୭ ଦିନରେ ଅର୍ଥାତ ସେପ୍ଟମ୍ବର ୪ରେ ଅର୍ଥ ମଞ୍ଜୁର ହେବ। ଧର୍ମାନୁଷ୍ଠାନଗୁଡିକର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି ସଚିବ କହିଥିଲେ। ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଛି। ଏଥିସହ ୱାର୍ଡ, ସାହି ଓ ଗ୍ରାମରେ ବ୍ୟବହୃତ ହେଉ ନ ଥିବା ବିଦ୍ୟାଳୟ ଏବଂ ଦୋକାନ ଗୃହ ମିଶନ ଶକ୍ତି ମହିଳାଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସଏଚଜି ସଭ୍ୟାମାନେ ପିଇବା ପାଣି ସମସ୍ୟା ସମାଧାନ ପାଇଁ ଦରଖାସ୍ତ ଦେଇଥିଲେ। ଶନିବାର ପୂର୍ବାହ୍ନ ସୁଦ୍ଧା ଏହା ସମାଧାନ ହେବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିଲେ। ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨ବର୍ଷ ମଧ୍ୟରେ ୭୦ ହଜାର ଲୋକ ଉପକୃତ ହୋଇଛନ୍ତି। ଜିଲାବାସୀଙ୍କ ନିମନ୍ତେ ୨୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରିଛନ୍ତି। ଗରିବ ଛାତ୍ରୀଛାତ୍ରମାନେ ଉତ୍ତମ ବାତାବରଣ ମାଧ୍ୟମରେ ପାଠ ପଢା ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଶ୍ରେଣୀ ଗୃହ, ଇ ଲାଇବ୍ରେରୀ ସମେତ ଅନ୍ୟାନ୍ୟ ସୁବିଧା କରିଛନ୍ତି। ବର୍ତ୍ତମାନ ଜିଲାରେ ୧୫୭ଟି ଯୁକ୍ତ୨ ଓ ଯୁକ୍ତ୩ ମହାବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇଛି ବୋଲି ୫-ଟି ସଚିବ କହିଥିଲେ। ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ବ୍ରହ୍ମପୁର ଏସ୍‌ପି ଡା ଶ୍ରର୍ବଣା ବିବେକ ଏମ. ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri