ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବିକଲେ ପୂର୍ବତନ ପ୍ରେମିକା

ମୁମ୍ବାଇ,୧୪।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ହେଁ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ବର୍ତ୍ତମାନ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଏହି ଘଟଣାକୁ ସିବିଆଇ ତଦନ୍ତ କରୁ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ଅଙ୍କିତା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ ଏକ ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ସେ ଅପିଲ କରିଛନ୍ତି। ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

Share