Categories: ଜାତୀୟ

ଜଷ୍ଟିସ୍‌ ଗୋଗୋଇ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୮ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ରବିବାର ସେ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟ ସଭାର ମନୋନୀତ ସଦସ୍ୟ ଥିବା ଜଷ୍ଟିସ୍‌ ଗୋଗୋଇ କହିଛନ୍ତି, ସେ ରାଜନେତା ନୁହନ୍ତି ଏବଂ ତାଙ୍କର ସେଭଳି ଇଚ୍ଛା ନାହିଁ। ତାଙ୍କ ସମ୍ପର୍କରେ ଏଭଳି କଳ୍ପନାଜଳ୍ପନା ହେବା ଠିକ୍‌ ନୁହେଁ। ରାଜ୍ୟ ସଭାର ମନୋନୀତ ସଦସ୍ୟ ଓ ରାଜନୈତିକ ଦଳର ପ୍ରତିନିଧି ଭାବେ ଉକ୍ତ ସଦନକୁ ନିର୍ବାଚିତ ହେବା ମଧ୍ୟରେ ପାର୍ଥକ୍ୟକୁ ଲୋକେ ବୁଝିପାରୁ ନ ଥିବା ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ ସିଜେଆଇ କହିଛନ୍ତି।

Share