Categories: ଜାତୀୟ

ଅବସର ନେଲେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ,୨୪ା୯: ସୁପ୍ରିମକୋର୍ଟର ବରିଷ୍ଠ ମହିଳା ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ସର୍ବୋଚ୍ଚ ଅଦାଲତରେ ଅଧିକ ମହିଳା ବିଚାରପତି ନିଯୁକ୍ତି ଲାଗି ଏହି ଅବସରରେ ସେ ଆଶାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ନିଯୁକ୍ତ ହେବାରେ ଜଷ୍ଟିସ୍‌ ବାନାର୍ଜୀ ଥିଲେ ଅଷ୍ଟମ ମହିଳା। ତାଙ୍କ ଅବସର ପରେ ଏବେ ସର୍ବୋଚ୍ଚ ଅଦାଲତରେ ମହିଳା ବିଚାରପତିଙ୍କ ସଂଖ୍ୟା ୩ ରହିଛି। ସୁପ୍ରିମକୋର୍ଟ ସ୍ଥାପନ ହେବାର ୭୨ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ମାତ୍ର ୧୧ ଜଣ ମହିଳା ବିଚାରପତି ନିଯୁକ୍ତ ହୋଇଛନ୍ତି। ଜଷ୍ଟିସ୍‌ ଏମ୍‌. ଫତିମା ବିଭି ପ୍ରଥମ ମହିଳା ବିଚାରପତି ଭାବେ ୧୯୮୯ରେ ନିଯୁକ୍ତି ପାଇଥିଲେ।

Share