ରତ୍ନଭଣ୍ତାର ଭିତରେ ୧୦ ଘଣ୍ଟାର ଲୋମଟାଙ୍କୁରା କଥା କହିଲେ ଜଷ୍ଟିସ ରଥ: କହିଲେ…

ପୁରୀ,୧୯।୭: ୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ତାର ଖୋଲିଛି । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରତ୍ନଭଣ୍ତାରକୁ ନେଇ ଅନେକ ଲୋକ ବିଶ୍ୱାସ ଥିଲା। କିଏ କହୁଥିଲେ ଏହାକୁ ଲୋକନାଥ ଜଗି ରହିଛନ୍ତି ତ କିଏ କହୁଥିଲେ ସାଆନ୍ତ ନାହାନ୍ତି ତାଙ୍କ ଘର ଫିଟାନା।
ତେବେ ଅତ୍ୟନ୍ତ ସମର୍ପଣ ଭାବ ପାଇଁ ଏସବୁ ସମ୍ଭବପର ହୋଇପାରିଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି। ମହାପ୍ରଭୁଙ୍କ ଲୀଳା ଅପାର । ତେବେ ରତ୍ନଭଣ୍ତାର ଖୋଲିବା ସେ ମଧ୍ୟରେ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ ବିଷୟ ବୋଲି ସେ କହିଛନ୍ତି ।
ଦୀର୍ଘ ୯ରୁ ୧୦ ଘଣ୍ଟା ରତ୍ନଭଣ୍ତାର ଭିତରେ ରହିବା, ଭୋକ ଶୋଷ ଭୁଲି ପ୍ରଭୁଙ୍କର କାର୍ଯ୍ୟ କରିବା, ଏସବୁ କେବଳ ଜଗନ୍ନାଥଙ୍କର କୃପା ବୋଲି ଜଷ୍ଟିସ ରଥ କହିଛନ୍ତି। ଏହା ଭିତରେ କୌଣସି କାର୍ଯ୍ୟକର୍ତ୍ତାଙ୍କୁ କିଛି ମଧ୍ୟ ଅସୁବିଧା ହୋଇ ନ ଥିଲା ବୋଲି ସେ କହିଛନ୍ତି । ବିନା ଖିଆ ପିଆରେ ଏତେ ଏତେ ଘଣ୍ଟା ଧରି ପ୍ରଭୁଙ୍କ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ କଥା ବୋଲି ରଥ କହିଛନ୍ତି।

Share