Categories: ଜାତୀୟ

ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେବ, କହିଲେ ଆତ୍ମ ସମ୍ମାନ ବିକି ପାରିବି ନାହିଁ

ମୁମ୍ବାଇ,୪।୮: ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେବ। ଶୁକ୍ରବାର ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ନାଗପୁର ବେଞ୍ଚର ଜଷ୍ଟିସ ରୋହିତ କୋର୍ଟରେ ଅନେକ ଆଇନଜୀବୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। କୋର୍ଟ ପରିସରରେ ଉପସ୍ଥିତ ଜଣେ ଆଇନଜୀବୀଙ୍କ ଅନୁଯାୟୀ ଜଷ୍ଟିସ ରୋହିତ ଦେବ ଇସ୍ତଫା ଦେବା ନିଷ୍ପତ୍ତି ପଛରେ କାରଣ ଦର୍ଶାଇ ନାହାଁନ୍ତି କିନ୍ତୁ ସେ କହିଛନ୍ତି ଯେ, ସେ ତାଙ୍କ ଆତ୍ମ ସମ୍ମାନ ବିକି କୌଣସି କାର୍ଯ୍ୟ କରିପାରିବେ ନାହିଁ।

Share