Categories: ଜାତୀୟ

ଅବସର ନେବାବେଳେ ଭାବବିହ୍ବଳ ହେଲେ ଜଷ୍ଟିସ୍‌ ଶାହ

ସୁପ୍ରିମକୋର୍ଟର ଚତୁର୍ଥ ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ସୋମବାର ଅବସର ଗ୍ରହଣ କରିଛନ୍ତି। କୋର୍ଟ ରୁମ୍‌ରେ ତାଙ୍କର ଶେଷ କାର୍ଯ୍ୟଦିବସରେ ଜଷ୍ଟିସ୍‌ ଶାହ ଭାବବିହ୍ବଳ ହୋଇଯାଇଥିଲେ। ସେ ଅବସର ନେବା ଲୋକ ନୁହନ୍ତି, ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିବେ। ଏଥିପାଇଁ ଭଗବାନ ତାଙ୍କୁ ଶକ୍ତି, ସାହସ ଓ ଉତ୍ତମ ସ୍ବାସ୍ଥ୍ୟ ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ଜଷ୍ଟିସ ଶାହ ଭାଙ୍ଗିପଡ଼ିଥିଲେ ଏବଂ ଅଭିନେତା ରାଜ କପୁରଙ୍କ ଗୀତ ‘ଜିନା ୟାହାଁ, ମରନା ୟାହାଁ’ର ଏକ ଧାଡ଼ି ଆବୃତ୍ତି କରିଥିଲେ। ଜଷ୍ଟିସ୍‌ ଶାହ ୨୦୧୮ ନଭେମ୍ବର ୨ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ଅବସର ପରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା ୩୨କୁ ହ୍ରାସ ପାଇଛି। ଦିନକ ପୂର୍ବରୁ ଜଷ୍ଟିସ ଦିନେଶ ମାହେଶ୍ୱରୀ ଅବସର ଗ୍ରହଣ କରିଥିଲେ।

Share