Categories: ଜାତୀୟ

ଜଷ୍ଟିସ୍‌ ଶ୍ରୀବାସ୍ତବ ଏନ୍‌ଜିଟିର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୩।୮(ପି.ଟି): କାଲକାଟା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେ ବୁଧବାର ନୂଆ ଦାୟିତ୍ୱ ଗ୍ରହଣ କରିବେ। ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲ ଅବସର ନେବା ପରେ ଜୁଲାଇ ୬ରେ କେନ୍ଦ୍ର ସରକାର ଜଷ୍ଟିସ୍‌ ଶେଅ କୁମାର ସିଂଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଥିଲେ। ସୋମବାର ଜଷ୍ଟିସ୍‌ ଶ୍ରୀବାସ୍ତବଙ୍କୁ ଅଧ୍ୟକ୍ଷ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ୨୦୨୧ ଅକ୍ଟୋବର ୧୧ରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ କାଲକାଟା ହାଇକୋର୍ଟ ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ତୁଲାଇଥିଲେ। ୧୯୬୧ ମାର୍ଚ୍ଚ ୩୧ରେ ଜନ୍ମିତ ଜଷ୍ଟିସ୍‌ ଶ୍ରୀବାସ୍ତବ ୧୯୮୭ ଫେବୃୟାରୀ ୨ରେ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ସୁପ୍ରିମକୋର୍ଟରେ ଓକିଲାତି କରି ୨୦୦୮ ଜାନୁୟାରୀ ୧୮ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Share