Posted inଜାତୀୟ

ଜଷ୍ଟିସ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୭ା୭(ପି.ଟି.):ଓଡ଼ିଶା ସମେତ ୭ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୭ ଜଣ ବିିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଅନ୍ୟ ହାଇକୋର୍ଟଗୁଡ଼ିକ ହେଲେ ବମ୍ବେ, ଗୁଜରାଟ, ତେଲଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ହାଇକୋର୍ଟ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଆସନ୍ତା ଅଗଷ୍ଟରେ ଅବସର ଗ୍ରହଣ କରିବାକୁ ଥିବାରୁ ଉକ୍ତ ପଦବୀ ଖାଲି ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜିୟମ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଥିବା ଉକ୍ତ ପ୍ରସ୍ତାବରେ କୁହାଯାଇଛି। ଜଷ୍ଟିସ ତାଳପତ୍ର ୨୦୧୩ରୁ ତ୍ରିପୁରା ହାଇକୋର୍ଟର ବିଚାରପତି ରହିଥିଲେ ମଧ୍ୟ ମୁଖ୍ୟ ବିଚାରପତି ପଦ ପାଇଁ ତାଙ୍କ ନାମକୁ ଏପର୍ଯ୍ୟନ୍ତ ସୁପାରିସ କରାଯାଇ ନ ଥିବାରୁ କଲେଜିୟମ ଏହାକୁ ବିଚାରକୁ ନେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନର ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପାରିସ କରାଯାଇଥିବାବେଳେ ଆଲ୍ଲାହାବାଦ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ସୁନୀତା ଅଗ୍ରଓ୍ବାଲଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯିବ। ସେହିପରି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଧୀରଜ ସିଂ ଠାକୁରଙ୍କ ନାମ ସୁପାରିସ ହୋଇଛି। ସେ ୨୦୧୩ରେ ଜମ୍ମୁ-କଶ୍ମୀର ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ଗତବର୍ଷ ଜୁନ୍‌ରେ ବମ୍ବେ ହାଇକୋର୍ଟକୁ ବଦଳି ହୋଇଥିଲେ। ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଆଶିଷ ଜେ. ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପାରିସ ହୋଇଛି। ସେହିପରି କର୍ନାଟକ ହାଇକୋର୍ଟ ବିଚାରପତି ଆଲୋକ ଆରାଧେଙ୍କୁ ତେଲଙ୍ଗାନା ହାଇକୋଟଁର ମୁଖ୍ୟ ବିଚାରପତି ଭାବେ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ସିଦ୍ଧାର୍ଥ ମୃଦୁଳଙ୍କୁ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କଲେଜିୟମ ସୁପାରିସ କରିଛନ୍ତି।
ଏହା ବ୍ୟତୀତ ୫ ଜଣିଆ କଲେଜିୟମ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଉଜ୍ଜଳ ଭୁୟାଁ ଏବଂ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଏସ୍‌. ଭେଙ୍କଟନାରାୟଣ ଭଟ୍ଟିଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ୱାକଫ୍ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ପୁଣି ହିଂସା, ଦକ୍ଷିଣ ୨୪ ପରଗନା ଜିଲାରେ ପୋଲିସ ଗାଡ଼ି ପୋଡ଼ିଦେଲେ ଲୋକେ

ନୂଆଦିଲ୍ଲୀ,୧୪ା୪: ୱାକଫ ସଂଶୋଧନ ଆଇନ ବିରୋଧରେ ସୋମବାର (୧୪ ଏପ୍ରିଲ, ୨୦୨୫) ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖାଦେଇଛି। ଦକ୍ଷିଣ ୨୪ ପରଗନାର ଭାଙ୍ଗରରେ, ପ୍ରଦର୍ଶନକାରୀମାନେ...

NIA ଅଧିକାରୀଙ୍କୁ ଏହି ୩ ଜିନିଷ ମାଗିଲେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣା

ମୁମ୍ବାଇ,୧୪।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ହୁସେନ ରାଣାକୁ ଜାତୀୟ ତଦନ୍ତ ସଂସ୍ଥା (NIA) ଅଧିକାରୀମାନେ ପ୍ରତିଦିନ ୮ରୁ ୧୦ ଘଣ୍ଟା ପଚରାଉଚରା କରି...

ଅନନ୍ୟ ଭାଇଚାରା: ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଇମତିଆଜ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ଆଜି ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ବରଗଡ଼ ସମେତ ସବୁଠି ଉତ୍ସାହ, ଉଦ୍ଦୀପନା ସହକାରେ ଏହି ପର୍ବ...

ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି।...

ପେଟ୍ରୋଲ ପମ୍ପରେ ଛାଉଣୀ ନାହିଁ: ତେଲ ଭରିବାକୁ ଆସି ଖରାରେ ଶିଝୁଛନ୍ତି ଗ୍ରାହକ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡରେ ଦିନକୁ ଦିନ ତାତି ବଢ଼ି ଚାଲିଛି। ଅ୍ଯଯବର୍ଷ ତୁଳନାରେ ଏଥର ତାତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ତାତିର...

ଜିଲାପାଳଙ୍କୁ ଝୁରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ: ସ୍କୁଟିରେ ବୁଲି ଲୋକଙ୍କ ବୁଝୁଥିଲେ ସମସ୍ୟା

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ):କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଝୁରୁଛନ୍ତି ଦାରିଙ୍ଗବାଡିର ଏକାଧିକ ଦୁର୍ଗମ ଅଞ୍ଚଳବାସୀ। ସେ ଆଉ ଅଞ୍ଚଳରେ ଜଣେ ସାଧାରଣ ମଣିଷ ଭଳି...

Video:ସିଂହ ସହ ଫଟୋ ଉଠାଇବାକୁ ଯାଇଥିଲେ ଏହି ବ୍ୟକ୍ତି, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବାରେ ଲାଗିଛି। ସିଂହ ସହ ଫଟୋ ଉଠାଇବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ କିପରି ବିପଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image