ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ ପଟେଲ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ମଙ୍ଗଳବାର ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆରସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଏକ କମିଟି ରାଜ୍ୟପାଳ ଗଣେଶୀ ଲାଲଙ୍କ ନିକଟରେ ଜଷ୍ଟିସ୍‌ ପଟେଲଙ୍କ ନାମ ସୁପାରିସ କରିଥିଲେ। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ ଅନୁମୋଦନ ଦେବା ପରେ ଶୁକ୍ରବାର ଜଷ୍ଟିସ ପଟେଲଙ୍କୁ ଓଏଚ୍‌ଆରସି ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଜଷ୍ଟିସ୍‌ ବି.ପି. ଦାସଙ୍କ ପରେ ଓଡ଼ିଶା ମାନବାଧିକାର ଆୟୋଗ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା। ସୂଚନାଯୋଗ୍ୟ, ଜଷ୍ଟିସ ପଟେଲ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ୨୦୦୮ ଜାନୁୟାରୀ ୧୭ରୁ ୨୦୧୫ ଜାନୁୟାରୀ ୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏଥିସହ ସେ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Share