ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର

ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି । କାରଣ ନିକଟରେ ସେ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ତାଙ୍କ ୱାର୍ଲଡ ଟୁର । କିଛିଦିନ ତଳେ ସେ ଫେସିଆଲ ପାରାଲିସିସରେ ଆକ୍ରନ୍ତ ହୋଇଥିବାରୁ ନର୍ଥ ଆମେରିକାରେ ଥିବା ତାଙ୍କର କିଛି ଶୋ’କୁ ବାତିଲ କରିଦେଇଥିଲେ ।
ନିଜ ଅସୁସ୍ଥତା ସମ୍ପର୍କରେ ନିଜେ ବିବର ହିଁ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ଏକ ଭିଡିଓ ଶେୟାର କରି ସେ ତାଙ୍କର ଗୋଟିଏ ପଟ ଆଖି ବ୍ଲିଙ୍କ ନ କରିବା ଓ ମୁହଁର ଗୋଟିଏ ଭାଗ ସମ୍ପୂର୍ଣ୍ଣ ଭାବେ ପାରାଲାଇଜ୍‌ଡ ହୋଇଯାଇଥିବା ଦେଖାଇଥିଲେ । ଧୀରେ ଧୀରେ ସେ ଏଥିରୁ ସୁସ୍ଥ ହୋଇଛନ୍ତି । ଏବେ ସେ ପୁଣିଥରେ ତାଙ୍କ ଶୋ’ ଆରମ୍ଭ କରିବାକୁ ବାହାରିଲେଣି ।
ଅକ୍ଟୋବର ୧୮ରେ ସେ ଭାରତ ଆସିବେ । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ସେ ପରଫର୍ମ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଟିକେଟର ଦାମ ଅତିକମରେ ୪୦୦୦ଟଙ୍କା ରଖାଯାଇଛି ।

Share