ଟ୍ରୁଡୋଙ୍କ ଆଖିରେ ଲୁହ! ନିଜ ସାଂସଦ ଦେଲେ ଏମିତି ଅଲ୍ଟିମେଟମ, ଅକ୍ଟୋବର ୨୮ ସୁଦ୍ଧା…

ଓଟାଓ୍ବା,୨୪।୧୦: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିବାକୁ ଯାଉଛି। ତାଙ୍କ ଚେୟାର ବିପଦରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତକୁ ଦୋଷାରୋପ କରିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବହୁତ ବଡ଼ ଅସୁବିଧାରେ ଫସିଯାଇଛନ୍ତି। ସେ ହୁଏତ ନିଜର ଚେୟାର ହରାଇ ପାରନ୍ତି । ତାଙ୍କ ସାଂସଦମାନେ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଅକ୍ଟୋବର ୨୮ ସୁଦ୍ଧା ପଦ ଛାଡିବାକୁ ଲବରାଲ ସାଂସଦମାନେ ତାଙ୍କୁ ଏକ ଅଲ୍ଟିମେଟମ ଦେଇଛନ୍ତି। ଯଦି ସେ ତାହା ନକରନ୍ତି, ତେବେ ଭୟଙ୍କର ପରିଣାମ ଭୋଗିବେ ବୋଲି ଚେତାବନୀ ଦିଆଯାଇଛି । ଜଷ୍ଟିନ ଟ୍ରୁଡୋ ରାଜନୈତିକ ଅନ୍ଧକାରର ସମ୍ମୁଖୀନ ହେଉଛନ୍ତି। ସେ ବର୍ତ୍ତମାନ ନିଜ ଚେୟାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

କାନାଡିଆନ ବ୍ରୋଡକାଷ୍ଟିଂ କର୍ପୋରେଶନ ଅନୁଯାୟୀ, ଅକ୍ଟୋବର ୨୩ ବୁଧବାର ଲିବରାଲ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସଭାରେ ଜଷ୍ଟିନ ଟ୍ରୁଡୋଙ୍କ ଚେୟାର ଛଡ଼ାଇବା ପାଇଁ ସ୍କ୍ରିପ୍ଟ ଲେଖାଯାଇଥିଲା। ଲିବରାଲ ସାଂସଦମାନେ ବୁଧବାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଏକ ସମୟସୀମା ଦେଇଛନ୍ତି। ସାଂସଦମାନେ କହିଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ଆପଣ ଜଣେ ନେତା ରହିବାକୁ ଚାହୁଁଛନ୍ତି ନା ପରିଣାମ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି , ତାହା ସ୍ଥିର କରନ୍ତୁ। ଏଥିପାଇଁ ସାଂସଦମାନେ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଇସ୍ତଫା ଦେବାର ସମୟ ଦେଇଛନ୍ତି। ଲିବରାଲ ପାର୍ଟିର ସାଂସଦମାନେ ଜଷ୍ଟିନ ଟ୍ରୁଡୋଙ୍କୁ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କହିଛନ୍ତି। ଦଳର ପ୍ରାୟ ୨୪ ସାଂସଦ ଟ୍ରୁଡୋଙ୍କୁ ହଟାଇବାକୁ ଦାବି କରି ଏକ ଚିଠିରେ ଦସ୍ତଖତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଲା ତୁର୍କୀ

ଅଙ୍କାରା,୨୪।୧୦: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବୁଧବାର ତୁର୍କୀରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ତୁର୍କୀର ରାଜଧାନୀ ଅଙ୍କାରର ପ୍ରତିରକ୍ଷା କମ୍ପାନୀ ତୁର୍କୀ ଏରୋସ୍ପେସ...

କିମଙ୍କୁ ଖୋଲା ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୪।୧୦: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ନିଶ୍ଚିତ କରିଛି ଯେ ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ସମର୍ଥନ କରିବା ପାଇଁ ଉତ୍ତର କୋରିଆ ୧,୫୦୦ଟି ସ୍ବତନ୍ତ୍ର...

ଯୁଦ୍ଧ ପରେ କମୁଛି ୟୁକ୍ରେନର ଜନସଂଖ୍ୟା, ଚିନ୍ତା ପ୍ରକଟ କଲା ୟୁଏନ୍‌

କ୍ୱିଭ,୨୪।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦୁଇ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି। ଆନ୍ତର୍ଜାତୀୟ ସ୍ତରରେ, ଏହି ସମୟରେ ଏହା...

‘ଯୁଆଡେ ଗଲେ ଅଶାନ୍ତି ସୃଷ୍ଟି କଲେ…’ ରୋହିଙ୍ଗ୍ୟା ମୁସଲମାନଙ୍କୁ ବିରୋଧ କଲେ ଏହି ଦେଶ, ଡଙ୍ଗାରୁ ଓହ୍ଲାଇବାକୁ ଦେଲାନି

ନୂଆଦିଲ୍ଲୀ,୨୪।୧୦: ବହୁ ସଂଖ୍ୟାରେ ଇଣ୍ଡୋନେସିଆରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସ୍ଥାନୀୟ ଲୋକ ଡଙ୍ଗାରୁ ଓହ୍ଲାଇବାକୁ ଅନୁମତି ଦେଇ ନାହାନ୍ତି। ୧୪୦ ଭୋକିଲା...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ, ନାସା କହିଲା…

ଓ୍ବାଶିଂଟନ, ୨୪।୧୦: ପୃଥିବୀ ନିକଟ ଦେଇ ୬ କ୍ଷୁଦ୍ର ଗ୍ରହ ଗୁରୁବାର ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ସୂଚନା ଦେଇଛି। ନାସା ପକ୍ଷରୁ...

ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ

ଢାକା,୨୪ା୧୦: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍‌ ଧରିଛି। ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିକରି...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri