କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ମେଲୋନି ଜୋଲି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ସହଯୋଗ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି। ଗତ ବର୍ଷ ଜଷ୍ଟିନ ଟ୍ରୁଡୋଙ୍କ ଛାଡପତ୍ର ସମୟରେ ମେଲୋନି ଜୋଲି ମଧ୍ୟ ଏହି ଖବରରେ ଥିଲେ।

ଗତ ବର୍ଷ ଯେତେବେଳେ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପତ୍ନୀଙ୍କର ଛାଡପତ୍ର ହୋଇଥିଲା, ସେତେବେଳେ ମେଲୋନି ଜୋଲି ଚର୍ଚ୍ଚାକୁ ଆସିଥିଲେ। ମେଲୋନି ଜୋଲି ସେମାନଙ୍କ ଛାଡପତ୍ରର କାରଣ ବୋଲି କୁହାଯାଉଥିଲା।

ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ ବିବାହର ୧୮ବର୍ଷ ପରେ ଅଗଷ୍ଟ ୨, ୨୦୨୩ ରେ ଛାଡପତ୍ର ହୋଇଥିଲା। ଜଷ୍ଟିନ ଟ୍ରୁଡୋ ଏବଂ ମେଲୋନି ଜୋଲିଙ୍କ ଫଟୋ ପ୍ରାୟତଃ ସର୍ବସାଧାରଣରେ ଦେଖାଯାଏ।

ସୋଫି ଗ୍ରେଗୋଏର ଜଣେ ଜଣାଶୁଣା ଟିଭି ଆଙ୍କର୍‌ । ଅନେକ ଦିନ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ୨୦୦୪ରେ ନିର୍ବନ୍ଧ କରିଥିଲେ ଏବଂ ଗୋଟିଏ ବର୍ଷ ପରେ ବିବାହ କରିଥିଲେ।

ମେଲୋନି ଜୋଲିଙ୍କୁ ୪୫ ବର୍ଷ ବୟସ। ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୨୦୧୫ ରେ ମେଲୋନି ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଜିତିଥିଲେ। ମେଲୋନି ଦୁଇଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ସ୍ବାମୀଙ୍କ ନାମ ଜିନ ଫିଲିପ ଡୁଫ୍ରେସ । ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ସେମାନଙ୍କର ସାକ୍ଷାତ ହୋଇଥିଲା। ମେଲୋନିଙ୍କ ପ୍ରଥମ ସ୍ବାମୀ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପ୍ରେରଣା ଦେଇଥିଲେ। ତେବେ ମେଲୋନି ଏମ୍‌ପି ହେବା ପରେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହେବାକୁ ଲାଗିଲା। ଏହା ପରେ ମେଲୋନିଙ୍କ ଦ୍ୱିତୀୟ ବିବାହ ଫେଲିକ୍ସ ମାର୍ଜେଲ ନାମକ ଜଣେ ଅଭିନେତା ଏବଂ ବ୍ୟବସାୟୀଙ୍କ ସହ ହୋଇଥିଲା।

Share