Categories: ରାଜ୍ୟ

ନାବାଳିକା ଗଣବଳାତ୍କାର ମାମଲା: ୧୮ରେ ଶୁଣାଣି

ଭୁବନେଶ୍ୱର,୧୧ା୧୧ (ବ୍ୟୁରୋ): ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହେବ। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଭିତ୍ତିରେ ଶୁଣାଣି କରାଯିବ। ଉକ୍ତ ତାରିଖରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡାଙ୍କ ସମେତ ଅଭିଯୋଗକାରିଣୀ, କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଏବଂ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଏହି ମାମଲାରେ ଗତ ୫ ତାରିଖରେ ରାଜ୍ୟ ଶିଶୁ ଅଧିତ୍କାର ସୁରକ୍ଷା ଆୟୋଗଙ୍କ ନିକଟରେ ଜଗିମଙ୍ଗତ ପକ୍ଷ ରଖିଥିଲେ। ମାମଲା ନାକଚ କରିବାକୁ ସେ ଆବେଦନ କରିଥିଲେ। ପୂର୍ବରୁ ଜଗିମଙ୍ଗତଙ୍କୁ ହାଜର ହେବାକୁ ମହିଳା କମିଶନ ନୋଟିସ କରିଥିଲେ। ମାତ୍ର ସେ କାମ ଥିବା ଦର୍ଶାଇ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ନିଜ ପ୍ରତିନିଧିଙ୍କୁ ପଠାଇଥିଲେ। ମାମଲାରୁ ନିଜ ନାମକୁ ବାଦ୍‌ ଦେବା ଲାଗି ଜଗିମଙ୍ଗତ ନିବେଦନ କରିଥିଲେ। ମାତ୍ର ତାଙ୍କ ନିବେଦନକୁ ମହିଳା କମିଶନ ଖାରଜ କରିଥିଲେ। ଏହାପରେ ସେ ପୁଣି ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଏ ନେଇ ଆବେଦନ କରିଥିଲେ।