ହାତଗୋଡ଼ ବନ୍ଧା ଅବସ୍ଥାରେ ପରିତ୍ୟକ୍ତ ଘରୁ ନାବାଳକ ଉଦ୍ଧାର, କାରଣ ଅସ୍ପଷ୍ଟ

ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ନୂଆଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଜନୈକ ନାବାଳକଙ୍କୁ ନୂଆଗାଁର ଆପେକ୍ସ କମିଟିର ଏକ ପରିତ୍ୟକ୍ତ ଗୃହରୁ ହାତଗୋଡ଼, ମୁହଁ, ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳକ ଜଣକ ତାଙ୍କ ଭାଇଙ୍କୁ ଖୋଜିବାକୁ ଆସି ଆପେକ୍ସ କମିଟିକୁ ଆସିଥିଲେ। ସେଠାରେ ଥକ୍କା ଲାଗିବାରୁ ବସୁବସୁ ଶୋଇପଡ଼ିଥିଲେ। ସେତେବେଳେ କେହି ତାଙ୍କ ପାଖରେ କଥାବାର୍ତ୍ତା ହେଉଥିବା ଶୁଣି ନାବାଳକ ଜଣକ ଉଠିପଡ଼ିଥିଲେ। ସେ କିଛି ଜାଣିବା ପୂର୍ବରୁ ଏକ କପଡ଼ାରେ କିଛି ଶୁଙ୍ଘାଇ ଦେଇଥିଲେ ଏହି ଯୁବକମାନେ। ପ୍ରାୟ ୩ଘଣ୍ଟା ପରେ ନାବାଳକଙ୍କ ଚେତା ଫେରିବା ପରେ ହାତଗୋଡ଼ ବନ୍ଧା ଯାଇଥିବା ସହ ମୁହଁରେ ଏକ ପ୍ଲାଷ୍ଟିକ୍‌ ଟେପ୍‌ ମାରି ଆପେକ୍ସ କମିଟିର ପରିତ୍ୟକ୍ତ ଘର ଭିତରେ ପକାଇ ଦେଇଥିବା ଜାଣିବାକୁ ପାଇଥିଲେ। ପାଟିରେ ଟେପ୍‌ ଲଗାଯାଇଥିବାରୁ ସେ ଚିତ୍କାର କରି ପାରି ନ ଥିଲେ। ମାତ୍ର ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ଘରଭିତରେ ଥିବା ଟିଣ ଆଜବେଷ୍ଟସ୍‌କୁ ଗୋଡ଼ରେ ଗୋଇଠା ମାରିଥିଲେ। ଏହି ଶବ୍ଦ ଶୁଣି ସେଠାରେ ଗ୍ରାମର କିଛି ଯୁବକ ତାସ ଖେଳୁଥିବା ସମୟରେ ପରିତ୍ୟକ୍ତ ଘରଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଦୁଇଜଣ ଯୁବକ ଆସି ଏପରି କରିଥିବା ସେ ପ୍ରକାଶ କରିଛନ୍ତି। ସେଥି ମଧ୍ୟରୁ ଜଣେ ମୁହଁରେ ରଙ୍ଗ ବୋଳିଥିବା ବେଳେ ଅନ୍ୟ ଜଣେ ମୁହଁରେ ରୁମାଲ ବାନ୍ଧିଥିବା ନାବାଳକ ଜଣକ ପ୍ରକାଶ କରିଛନ୍ତି। ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ କାହିଁକି ଏପରି କ

Share