ଛାତରୁ ଡେଇଁ ଧରାପଡ଼ିଲେ ନାବାଳକ

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ପୋଲିସ ପୂର୍ବରୁ ଅନେକ ବିବାଦରେ ରହିଆସିଛି। ଗୁରୁବାର ପୁଣି ଏକ ବିବାଦୀୟ ଘଟଣା ଘଟିଛି। ଯୁଯୁମୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଜଣେ ନାବାଳକ ରାତିରେ ଯାଇଥିଲେ। ପରିବାର ଲୋକ ଉଠି ପଡିବାରୁ ନାବାଳକ ଜଣକ ଛାତରୁ ଡେଇଁ ଫେରାର ହେବାକୁ ଚେଷ୍ଟା କରିଥିଲେ। ସେତିକିବେଳେ ପରିବାର ଲୋକେ ତାଙ୍କୁ କାବୁ କରି ନେଇଥିଲେ। ପୋଲିସକୁ ଖବର ଦେଇ ନାବାଳକଙ୍କୁ ଜିମା ଦେଇଥିଲେ। ଏହା ସହ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ଘଟଣା ପ୍ରଚାର ହେବା ପରେ ନାବାଳକଙ୍କ ପରିବାର ମଧ୍ୟ ଥାନାରେ ପହଞ୍ଚିଥିଲେ। ନାବାଳକ ଜଣକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଭଣଜା ତଥା ଜଣେ ସରପଞ୍ଚଙ୍କ ପୁଅ ହୋଇଥିବାରୁ ଘଟଣା ଚପାଇବାକୁ ଉଦ୍ୟମ ହୋଇଥିଲା।

ନାବାଳକ ଜଣଙ୍କ କେଉଁ ଉଦ୍ଦେଶ୍ୟର ଆସିଥିଲେ ତାହା ଏବେ ସନ୍ଦେହ ଘେରରେ ରହିଛି। ପରିବାର ଲୋକେ ତାଙ୍କୁ କାବୁ କରି ଥାନାରେ ଅଭିଯୋଗ କରିବା ପରେ ଆପୋଷ ବୁଝାମଣା ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏହି ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କୁ ପଚାରିବାରୁ ପ୍ରଥମେ ପରିବାର ଲୋକେ ଅଭିଯୋଗ କରିବାକୁ ଆସିଥିଲେ। ପରେ ଉଭୟ ପରିବାର ସମ୍ପର୍କିୟ ହୋଇଥିବାରୁ ଆପୋସ ବୁଝାମଣା ହୋଇଥିଲା।

Share