ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଜବତ: ବଳାତ୍କାର ପରେ ହତ୍ୟା ସନ୍ଦେହ

ବରଗଡ଼ ଅଫିସ,୪।୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଜଣେ ନାବାଳିକା(୯)ଙ୍କ ମୃତଦେହ ଜବତ କରାଯାଇଛି। ମୃତ ନାବାଳିକାଙ୍କ ଶରୀରର ମୁଣ୍ଡ, ହାତ ଆଙ୍ଗୁଳି ସହିତ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ ଓଢଣୀ ଗଳାରେ ଲାଖି ରହିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଫଳରେ ନାବାଳିକାଙ୍କୁ ଶ୍ବାସଋଦ୍ଧ କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେହିପରି ମୃତ ନାବାଳିକାଙ୍କୁ ଅଭିଯୁକ୍ତମାନେ ବଳାତ୍କାର କିମ୍ବା ବଳାତ୍କାର ଊଦ୍ୟମ କରିଥିବା ମଧ୍ୟ ସନ୍ଦେହ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତ ନାବାଳିକା ଜଣକ ରବିବାରରୁ ନିଖୋଜ ଥିଲେ। ଖୋଜାଖାଜି ପରେ କିଛି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ପୋଲିସକୁ ମଧ୍ୟ ଜଣାଇଥିଲେ।

Share