Categories: ଜାତୀୟ

ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସମ୍ପର୍କ ମାମଲା: ମନୀଷ ଦୁବେ ଚାକିରିରୁ ନିଲମ୍ବିତ

ଲକ୍ଷ୍ନୌ,୧୩।୭: ଉତ୍ତରପ୍ରଦେଶର ମହିଳା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସହ ପ୍ରେମ ସମ୍ପର୍କ ଏବଂ ତାଙ୍କ ସ୍ବାମୀଙ୍କୁ ଧମକ ଦେବା ମାମଲାରେ ମହୋବା ଜିଲା ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ ଶେଷରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଅନୁସନ୍ଧାନ ରିପୋର୍ଟ ପରେ ଡିଜି ହୋମଗାର୍ଡ ବିଜୟ କୁମାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜୟ କୁମାର କହିଛନ୍ତି, ଆଲୋକ ନାମକ ଜଣେ ଯୁବକଙ୍କୁ ଧମକ ଦେବାର ପ୍ରମାଣ ପାଇବା ପରେ ମନୀଷ ଦୁବେଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧିକ ଅନୁସନ୍ଧାନ ଶେଷ ନ ହେବା ପର୍ଯ୍ୟନ୍ତ ମନୀଷଙ୍କୁ ନିଲମ୍ବିତ କରାଯିବ। କୁହାଯାଉଛି ଯେ ଖୁବ ଶୀଘ୍ର ଜ୍ୟୋତିଙ୍କ ବିରୋଧରେ ମଧ୍ୟ ବଡ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ, ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରି ମନୀଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଥିଲେ। ଡିଜି ହୋମଗାର୍ଡ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ମଧ୍ୟ ସେ ଏହା ଉପରେ ଅଭିଯୋଗ କରିଥିଲେ। ଏହା ପରେ ଡିଜି ହୋମଗାର୍ଡ ପୁରା ଘଟଣାର ତଦନ୍ତ ଡିଜି ପ୍ରୟାଗରାଜଙ୍କୁ ଦେଇଥିଲେ। ଡିଜି ପ୍ରୟାଗରାଜ ତାଙ୍କ ରିପୋର୍ଟରେ ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ନିଲମ୍ବନ କରିଛନ୍ତି।

Share