Categories: ଜାତୀୟ

ହାତ ଚିହ୍ନରେ ଭୋଟ ଦେବାକୁ କହିଲେ ଜ୍ୟୋତିରାଦିତ୍ୟ

ଭୋପାଳ,୨ା୧୧(ପି.ଟି.): ମଧ୍ୟପ୍ରଦେଶରେ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାଜପା ରାଜ୍ୟ ସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଚାର କରୁଥିବାବେଳେ ଭୁଲ୍‌ବଶତଃ ତାଙ୍କର ପୂର୍ବ ଦଳ କଂଗ୍ରେସକୁ ଭୋଟ ଦେବା ପାଇଁ କହି ଚର୍ଚ୍ଚାକୁ ଆସିଛନ୍ତି। ଗ୍ବାଲିୟରର ଡାବ୍ରା ସହରରେ ଭାଜପା ପ୍ରାର୍ଥୀ ଇମର୍ତ୍ତି ଦେବୀଙ୍କ ପାଇଁ ଭୋଟ ପ୍ରଚାର କରୁଥିବାବେଳେ ହାତ ଚିହ୍ନରେ ଭୋଟଦେବାକୁ ଜ୍ୟୋତିରାଦିତ୍ୟ କହିଦେଇଥିଲେ। ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସଙ୍ଗେ ସଙ୍ଗେ ସେ ନିଜ ଭୁଲ୍‌କୁ ସୁଧାରି ନେଇ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Share