Categories: ଜାତୀୟ

ଜ୍ୟୋତିରାଦିତ୍ୟ ଜଣେ ଜମି ମାଫିଆ: କଂଗ୍ରେସ…

ଭୋପାଳ,୩।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ମଧ୍ୟ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଡ. ଗୋବିନ୍ଦ ସିଂ ଭାରତୀୟ ଜନତା ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ସାଧାରଣ ସଭାରେ ସେ ସିନ୍ଧିଆଙ୍କୁ ଜଣେ ସାଧାରଣ ଚୋର ଏବଂ ଜମି ମାଫିଆ ବୋଲି କହିଛନ୍ତି। ଅଶୋକନଗରରେ ଚାଲିଥିବା ଜନ ଆକ୍ରୋଶ ସମାବେଶରେ ଗୋବିନ୍ଦ ସିଂ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ ଜ୍ୟୋତିରାଦିତ୍ୟଙ୍କୁ ଜ୍ୟୋତି ପ୍ରସାଦ ବୋଲି ସମ୍ବୋଧିତ କରିଥିଲେ। ଜମିର ବେଆଇନ କାରବାରରେ ସେ ଲିପ୍ତ ଅଛନ୍ତି। କୋର୍ଟରେ ଅନେକ ମାମଲା ତାଙ୍କ ବିରୋଧରେ ଚାଲିଛି। ଆଜି ନ ହେଲେ ଆସନ୍ତା କାଲି ଆମକୁ ନ୍ୟାୟ ମିଳିବ। ଏହି ଜ୍ୟୋତି ପ୍ରସାଦ ଭାଜପାର ଜମି ମାଫିଆ। ମୁଁ ଦୀର୍ଘ ସମୟ ଧରି ଏହା କହି ଆସୁଛି। ୮-୧୦ ବର୍ଷ ପୂର୍ବେ ମୁଁ ରାହୁଲ ଗାନ୍ଧୀଙ୍କୁ କହିଥିଲି ଭାଇ! ସ୍ବାଧୀନତା ସମଗ୍ର ଦେଶରେ ଆସିଛି। ତେବେ ଗ୍ବାଲିଅରରେ କଂଗ୍ରେସ କେବେ ସ୍ବାଧୀନ ହେବ? ଆମକୁ ମଧ୍ୟ ସ୍ବାଧୀନତା ଦିଅ। କିନ୍ତୁ, ଈଶ୍ବର ଜ୍ୟୋତି ପ୍ରସାଦଙ୍କୁ ଏପରି ଜ୍ଞାନ ଦେଲେ ରାହୁଲଙ୍କୁ ଛାଡି ଚାଲିଗଲେ। ଆଜି କଂଗ୍ରେସକର୍ମୀମାନେ ସ୍ବାଧୀନଭାବେ ରାଜ୍ୟରେ ରାଜନୀତି କରୁଛନ୍ତି।

ଜ୍ୟୋତି ମହାରାଜା ପ୍ରକୃତରେ ଜଣେ ଛୋଟକାଟର ଜମି ମାଫିଆ। ତାଙ୍କର ବିରୋଧ ସତ୍ତ୍ୱେ ଆମେ ଗ୍ବାଲିଅର୍‌ ଏବଂ ମୋରେନାରେ ଜିତିଲୁ। ଆମର ସାହସୀ କଂଗ୍ରେସ ସହକର୍ମୀମାନେ ତାଙ୍କୁ ପରାସ୍ତ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ଜନତା ତାଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଗୋବିନ୍ଦ କହିଛନ୍ତି।

Share