Advertisement

ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କ ଜୀବନ ବଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ସୂଚନାଯୋଗ୍ୟ, କରୋନା ମହାମାରୀରେ ପୀଡ଼ିତ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ସୁସ୍ଥ ହୋଇଥିବା ଲୋକେ ସ୍ବଇଚ୍ଛାରେ ପ୍ଲାଜମା ଦାନ କରିବାକୁ ସରକାର କହିଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ଏହାକୁ ନେଇ ଏକ ପ୍ଲାଜମା ବ୍ୟାଙ୍କ ମଧ୍ୟ ଖୋଲାଯାଇଛି। ସୂଚନାଯୋଗ୍ୟ, ଜୁନ ପ୍ରଥମ ସପ୍ତାହରେ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା’ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share