Categories: ଜାତୀୟ

ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ସିନ୍ଧିଆଙ୍କ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର କରାଯାଇଛି । ତେବେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଥିରେ ସ୍ଥାନ ଦିଆଯାଇଛି । ଯାହା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ ଭାଜପାକୁ ଫେରାଇ ଆଣିବାରେ ସିନ୍ଧିଆଙ୍କର ବଡ ଭୂମିକା ଥିବା ବେଳେ ବୁଧବାର ସନ୍ଧ୍ୟାରେ ସେ ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏଥିରେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମିଳିଛି । ଗ୍ୱାଲିୟର ରାଜପରିବାରର ସୁପୁତ୍ର ଜ୍ୟୋତିରାଦିତ୍ୟ ପଞ୍ଚମ ଥର ଲାଗି ସଂସଦ ଯାଇଛନ୍ତି । ତାଙ୍କ ପିତା ମାଧବରାଓ ସିନ୍ଧିଆ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ମାଦବରାଓ ସିନ୍ଧିଆ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ଏହାପରେ ମନମୋହନ ସିଂଙ୍କ ସରକାର ଅମଳରେ ତାଙ୍କ ବିଭାଗ ପରିବର୍ତ୍ତନ ହୋଇଯାଇଥିଲା । ଏବେ ପିତାଙ୍କ ଭଳି ଦୀର୍ଘ ୩୦ ବର୍ଷ ପରେ ଜ୍ୟୋତିରାଦିତ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ଭାଳିବାକୁ ଯାଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି ।

Share