Categories: ଜାତୀୟ

ମଧ୍ୟପ୍ରଦେଶ ନିର୍ବାଚନରେ ସିନ୍ଧିଆଙ୍କୁ ମିଳିପାରେ ତୃତୀୟ ତାଲିକାରେ ବିଧାୟକର ଟିକେଟ

ଭୋପାଳ,୨୯।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ। ଏକ ସୂତ୍ରରୁ ଏହା ଜଣାପଡିଛି। ମଧ୍ୟପ୍ରଦେଶର ତୃତୀୟ ତାଲିକାରେ ଆଉ କିଛି ଏମ୍‌ପିଙ୍କ ନାମ ମଧ୍ୟ ଆସିପାରେ। ତୃତୀୟ ତାଲିକା ଆସିବା ପୂର୍ବରୁ ଆଉ କିଛି ନାମ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅକ୍ଟୋବର ୧ ତାରିଖରେ ଭୋପାଳକୁ ଆସୁଛନ୍ତି, ତା’ପରେ ସେ ଏ ବିଷୟରେ ଆଲୋଚନା କରିବେ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ମଧ୍ୟ ତୃତୀୟ ତାଲିକାରେ ସାମିଲ ହୋଇପାରେ। କୁହାଯାଉଛି ସିନ୍ଧିଆଙ୍କ ପିଉସୀ ଯଶୋଧରା ରାଜେ ସିନ୍ଧିଆ ସ୍ବାସ୍ଥ୍ୟ କାରଣରୁ ଶିବପୁରୀରୁ ଲଢିବାକୁ ଚାହୁଁନାହାନ୍ତି। ତେଣୁ ଜ୍ୟୋତିରାଦିତ୍ୟ ଶିବପୁରୀରୁ ଲଢିପାରନ୍ତି। ଏହା ବ୍ୟତୀତ ସୁଧୀର ଗୁପ୍ତା, ବିରେନ୍ଦ୍ର କୁମାର ଏବଂ ରୋଡମଲ ନାଗରଙ୍କ ନାମ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଲୋଚନା ହେଉଛି।

 

Share