Categories: ଜାତୀୟ

ରାହୁଲଙ୍କୁ ଜବାବ ଦେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଯଦି କଂଗ୍ରେସରେ ଥାଆନ୍ତେ ତେବେ ମୁଖ୍ୟମନ୍ତ୍ରୀ ହୋଇପାରି ଥାଆନ୍ତେ । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ରହି ସେ ବ୍ୟାକ୍ ବେଞ୍ଚର ପାଲଟି ଯାଇଛନ୍ତି । ଏହା କହିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାର ଏବେ ଜବାବ ରଖିଛନ୍ତି ଜ୍ୟୋତିରାଦିତ୍ୟ । ସେ କହିଛନ୍ତି ରାହୁଲ ଆଜି ଯେଉଁକଥା ଚିନ୍ତା କରୁଛନ୍ତି ମୁଁ ଯଦି କଂଗ୍ରେସରେ ଥିବା ବେଳେ ସେ ଏହା ଚିନ୍ତା କରିଥାଆନ୍ତେ ତେବେ ସ୍ଥିତି ହୁଏତ ଏବେ ଭିନ୍ନ ହୋଇଥାଆନ୍ତା । ସୂଚନାଯୋଗ୍ୟ, କଂଗ୍ରେସ ସଙ୍ଗଠନର ମହତ୍ୱକୁ ନେଇ ଦଳର ୟୁଥ ୱିଙ୍ଗ ସହ କଥା ହେଉଥିବା ସମୟରେ ରାହୁଲ ଏଭଳି ମନ୍ତବ୍ୟ ଦେବା ସହ ଜ୍ୟୋତିରାଦିତ୍ୟ ଭାଜପାରେ ରହି କେବେ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି କହିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ଜ୍ୟୋତିରାଦିତ୍ୟଙ୍କୁ ପୁଣିଥରେ କଂଗ୍ରେସ ଫେରିବାକୁ ପଡିବ ବୋଲି ମଧ୍ୟ ରାହୁଲ କହିଛନ୍ତି ।

Share