Categories: ଜାତୀୟ

ଅଧୀର ରଞ୍ଜନଙ୍କ ଉପରେ ବର୍ଷିଲେ ସିନ୍ଧିଆ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୀରବ ମୋଦିଙ୍କ ସହ ତୁଳନା କରିବାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଉପରେ ବର୍ଷିଛନ୍ତି।

ସିନ୍ଧିଆ କହିଛନ୍ତି, ଆଜି ମୁଁ ଆମ ଏନଡିଏ ମେଣ୍ଟ ଏବଂ ପିଏମ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ସେ କହିବାକୁ ଅନୁମତି ଦେଇଛନ୍ତି। ଗଣତନ୍ତ୍ରର ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁମାନଙ୍କଠାରୁ ୧୪୦ କୋଟି ଲୋକ ପ୍ରେରଣା ନିଅନ୍ତି … ସେଠାରୁ ଏହା ସ୍ପଷ୍ଟ ଯେ ଏହି ଲୋକମାନେ ଦେଶ ପାଇଁ ଚିନ୍ତା ଅଛି ନା ପ୍ରଧାନମନ୍ତ୍ରୀଙ୍କ ପଦ ପାଇଁ ଚିନ୍ତା ଅଛି, ନା ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ଚିନ୍ତା ଅଛି। ସେମାନେ କେବଳ ସେମାନଙ୍କର ସ୍ଥିତି ବିଷୟରେ ଚିନ୍ତିତ।

ସେ କହିଛନ୍ତି, ସଂସଦରେ ୨୦ର୍ଷ ବିତିଗଲାଣି କିନ୍ତୁ ଦୁଇ ଦଶନ୍ଧି ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ। ସର୍ବୋଚ୍ଚ ପଦବୀରେ ବସିଥିବା ବ୍ୟକ୍ତିଙ୍କ ପାଇଁ କିପରି ଶବ୍ଦ ବ୍ୟବହୃତ ହୋଇଛି, ସେ ଦେଶର ଲୋକଙ୍କ ନିକଟରେ କ୍ଷମା ମାଗିବା ଉଚିତ୍‌। ନିକଟରେ ଅଧୀର ରଞ୍ଜନ କହିଥିଲେ ଯେ, ନୀରବ ମୋଦି ହଜାର କୋଟି ଲୁଟି ପଳାଇଛନ୍ତି, ହେଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ନୀରବ ମୋଦି ହୋଇଯାଇଛନ୍ତି।

Share