Categories: ଜାତୀୟ

ବ୍ୟାଙ୍କରୁ ଋଣ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୪: ଗୁନା ଲୋକ ସଭା ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ କୋଟି କୋଟି ଟଙ୍କା ସମ୍ପତ୍ତି ଅଛି, କିନ୍ତୁ ତାଙ୍କର ବ୍ୟାଙ୍କ ଋଣ ମଧ୍ୟ ଅଛି। ଜ୍ୟୋତିରାଦିତ୍ୟଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ରାଜେ ମଧ୍ୟ ବ୍ୟାଙ୍କରୁ ଋଣ କରିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ପାଖରେ ମାତ୍ର ୨୫,୦୦୦ ଟଙ୍କା ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ମାତ୍ର ୨୦,୦୦୦ ଟଙ୍କା ରହିଛି। ତାଙ୍କ ଝିଅ ଅନନ୍ୟା ରାଜେଙ୍କର ମାତ୍ର ୫,୦୦୦ ଟଙ୍କା କ୍ୟାଶ୍‌ ଅଛି।
ଦୁର୍ଗା ଅଷ୍ଟମୀ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ନାମାଙ୍କନ ସହିତ ସେ ଏକ ଆଫିଡେଭିଟ ମଧ୍ୟ ଦେଇଛନ୍ତି। ଏଥିରେ ସେ ତାଙ୍କର ସମ୍ପତ୍ତି ଏବଂ ଅନ୍ୟାନ୍ୟ ସୂଚନା ନିର୍ବାଚନ ଆୟୋଗଙ୍କ ନିକଟରେ ଉପସ୍ଥାପନ କରିଛନ୍ତି।
ଏହି ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ୪ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ୧୪ ଲକ୍ଷ ୧୮ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ସେହିଭଳି ଅବିବାହିତ ହିନ୍ଦୁ ପରିବାର ଅଧୀନରେ ତାଙ୍କର ପ୍ରାୟ ୫୬ କୋଟି ୨୯ ଲକ୍ଷ ୫୭ ହଜାର ମୂଲ୍ୟର ସମ୍ପତ୍ତି ଏବଂ ତାଙ୍କ ଝିଅ ଅନନ୍ୟାଙ୍କ ନାମରେ ୧ କୋଟି ୪୯ ଲକ୍ଷ ୩୭ ହଜାର ମୂଲ୍ୟର ଚଳନ ସମ୍ପତ୍ତି ରହିଛି। ଏହିପରି ସିନ୍ଧିଆ ପରିବାରର ଚଳ ସମ୍ପତ୍ତି ୬୧ କୋଟିରୁ ଅଧିକ ହେବ।
ସେହିପରି ୩୨୬ କୋଟି ଟଙ୍କା ମୂଲ୍ୟର ପୈତୃକ ଅସ୍ଥାବର ସମ୍ପତ୍ତି ଅଛି। ଆଫିଡେଭିଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜ୍ୟୋତିରାଜ ସିନ୍ଧିଆଙ୍କର ୩୫ କୋଟି ୫୩ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି,ଯାହା ଆବାସିକ ଅଟେ।
ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟ୍‌ରେ, ସେ ତାଙ୍କର ବିଏମଡବ୍ଲୁ କାର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୧୯୬୦ ମଡେଲ ବିଏମଡବ୍ଲୁ କାର୍‌ ନମ୍ବର MP 07 W 2255 ମଧ୍ୟ ତାଙ୍କ ଚଳ ସମ୍ପତ୍ତିରେ ଅନ୍ତର୍ଭୁକ୍ତ।୍‌
ଏହା ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁରେ ୪୭,୫୦,୦୦୦ ଟଙ୍କା ବ୍ୟାଙ୍କ ଋଣ ଅଛି। ତାଙ୍କ ସ୍ତ୍ରୀଙ୍କର ୭୪,୦୦୦ ଟଙ୍କା ଋଣ ଥିବାବେଳେ ତାଙ୍କ ଝିଅ ନାଁରେ କୌଣସି ପ୍ରକାରର ଋଣ ନାହିଁ।

Share