Categories: ଜାତୀୟ

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କ ପରଲୋକ। ସିନ୍ଧିଆଙ୍କ ମାଆ ମାଧବୀ ରାଜେଙ୍କର ବୁଧବାର ଦେହାନ୍ତ ହୋଇଛି । ବୟସାଧୀକ ହେତୁ ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସିନ୍ଧିଆ ପରିବାରର ରାଜମାତା ଗତ କିଛି ଦିନ ହେବ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ।

ମାଧବୀ ରାଜେ ପ୍ରାୟ ୩ ମାସ ହେବ ନିମୋନିଆ ସହ ଆଉ କିଛି ଗୁରୁତର ସମସ୍ୟା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ନ ସୁଧୁରିବାରୁ ଗତ କିଛି ଦିନ ହେବ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Share