Categories: ମେଟ୍ରୋ

ଜ୍ୟୋତିକା, ଆର୍ଯ୍ୟନ ଚାମ୍ପିୟନ

ପୁରୀ, ୧୯।୯(ଅଜିତ ମହାନ୍ତି): ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ (ଏଓସିଏ) ଓ ପୁରୀ ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ୧୧ ବର୍ଷରୁ କମ୍‌ (ବାଳିକା, ବାଳକ) ଚେସ୍‌ ଚାମ୍ପିୟନଶିପ୍‌ ପୁରୀ ବଳଗଣ୍ଡି ଗ୍ରାଣ୍ଡରୋଡ୍‌ସ୍ଥିତ ବୃନ୍ଦାବତୀ ନିବାସରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ବାଳିକା ବିଭାଗରେ କଟକର ଜ୍ୟୋତିକା ସାହୁ ଚାମ୍ପିୟନ ଏବଂ ଖୋର୍ଦ୍ଧାର ଇଶାନି ଦାସ ରନରଅପ୍‌ ଏବଂ ବାଳକ ବିଭାଗରେ ଯାଜପୁରର ଆର୍ଯ୍ୟନ ବେହେରା ଓ କଟକର ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ରନରଅପ୍‌ ହୋଇଛନ୍ତି। ଏହି ୪ ଜଣ ଖେଳାଳି ୩୬ତମ ଜାତୀୟ ୧୧ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଆଗାମୀ ଜାତୀୟ ପ୍ରତିଯୋଗିତା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ସ୍ବର୍ଣ୍ଣ ଭାରତୀ ଇନ୍‌ଡୋର ଷ୍ଟାଡିୟମରେ ଅକ୍ଟୋବର ୧ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦ୍‌ଯାପନୀ ଉତ୍ସବରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଆସୋସିଏଶନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଦେବାଶିଷ ମିଶ୍ର, ଶୁଭଶ୍ରୀ ଦାସ, କୋଷାଧ୍ୟକ୍ଷ ଜଗନ୍ନାଥ ସିଂହାରୀ, କାର୍ଯ୍ୟକାରିଣୀ ସଦସ୍ୟ ଗୌରହରି ମହାପାତ୍ର, ସ୍ବାଧୀନ ମହାନ୍ତି, ପ୍ରଜ୍ଞା ପାରମିତା ନନ୍ଦ, ରଚିତା ମହାନ୍ତି, ଲିପ୍ସା ଦାସ, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ମହାପାତ୍ର ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

Share