
ପୁରୁଣା ଭୁବନେଶ୍ୱର,୫ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ପାଣି ନିଲାମ କରାଯାଇଛି। ଏହି ନିଲାମର ପ୍ରଥମ ଗରାପାଣିକୁ କଟକ ଦାମୋଦରପୁରର ଜ୍ୟୋତ୍ସ୍ନା ମହାରାଣା ୨୧ହଜାର ଟଙ୍କାରେ କିଣିଥିଲେ। ତେବେ ରାତି ୨ଟା ପର୍ଯ୍ୟନ୍ତ ଦ୍ୱିତୀୟ ଏବଂ ତୃତୀୟ ଗରାପାଣିକୁ କେହି କିଣି ନ ଥିବା ଜଣାପଡ଼ିଛି। ବିଶ୍ୱାସ ରହିଛି ଯେ, ଏହି ମରୀଚି କୁଣ୍ଡ ପାଣିକୁ ନେଇ ଗାଧୋଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତ ହେବା ସହ ମନସ୍କାମନା ପୂରଣ ହୋଇଥାଏ।