Categories: ଜାତୀୟ

କେ. ଚନ୍ଦ୍ରଶେଖର ରାଓଙ୍କ ଖସିଗଲା ଗୋଡ଼: ଡାକ୍ତରଖାନାରେ ଭର୍ତ୍ତି

ହାଇଦ୍ରାବାଦ୍‌,୮।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ କେସିଆର ଖସିପଡିଥିଲେ। ଏହା ପରେ ତାଙ୍କୁ ରାତି ପ୍ରାୟ ୨ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଗୋଡ ଏବଂ ଅଣ୍ଟା ଫ୍ରାକ୍ଚର ହୋଇଯାଇଥିବା କୁହାଯାଉଛି। ଗତ ୩ ଦିନ ହେବ ସେ ଘରେ ଲୋକଙ୍କୁ ଭେଟୁଥିଲେ।
ଚନ୍ଦ୍ରଶେଖର ରାଓ ୨୦୧୪ରୁ ତେଲଙ୍ଗାନାର ସିଏମ ଥିଲେ। ଗୁରୁବାର ରେଭନ୍ଥ ରେଡ୍ଡୀ କେ.ଚନ୍ଦ୍ରଶେଖର ରାଓଙ୍କ ସ୍ଥାନ ନେଇଥିଲେ।

Share