Categories: ଜାତୀୟ

ପୁଣି ଟିଆରଏସ ଅଧ୍ୟକ୍ଷ ହେଲେ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ,୨୬।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏନେଇ ଟିଆରଏସର ସଧାରଣ ସମ୍ପାଦକ ଏମ.ଶ୍ରୀନିବାସ ରେଡ୍ଡୀ ଘୋଷଣା କରିଛନ୍ତି।

କେ. ଚନ୍ଦ୍ରଶେଖର ରାଓ କ୍ରମାଗତ ଭାବେ ନବମ ଥର ପାଇଁ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଏକ ଅନୁଷ୍ଠିତ ବୈଠକରେ ରାଜ୍ୟରୁ ଦଳର ୬,୦୦୦ ପ୍ରତିନିଧି ଯୋଗ ଦେଇଥିଲେ । କେସିଆରଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ। ଫଳରେ ବିନା ପ୍ରତିଯୋଗିତାରେ ଟିଆରଏସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ଘୋଷଣା ହେବା ପରେ ଦଳୀୟ କର୍ମୀଙ୍କୁ କେସିଆର ଧନ୍ୟବାଦ ଦେଇଛନ୍ତି।

Share