Categories: ଜାତୀୟ

ରିମାଣ୍ଡ ପରେ ଜେଲ ଗଲେ କବିତା

ନୂଆଦିଲ୍ଲୀ,୨୬।୩: ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ଏପ୍ରିଲ ୧ ତାରିଖରେ ଶୁଣାଣି ହେବ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ୧୫ ତାରିଖରେ କେ କବିତାଙ୍କୁ ଗିରଫ କରିଥିଲା। ତା’ପରେ ତାଙ୍କୁ କୋର୍ଟରେ ହାଜର କରାଇ ଇଡି ରିମାଣ୍ଡରେ ନେଇଥିଲା।

Share