ଥରକେ ଏତିକି ସିଙ୍ଗଡା ଖାଆନ୍ତି ହ୍ରିତିକ୍‌ ରୋଶନ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଇଣ୍ଡ୍ଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍‌ ପାରଙ୍ଗମ। ନିକଟରେ ସେ ‘ଦି କପିଲ ଶର୍ମା ଶୋ’ରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଖୁଲାସା କରିଥିଲେ। ହ୍ରିତିକ ରୋଶନ ଏବଂ ବାଣୀ କପୁର ଗୋଟିଏ ଏପିସୋଡରେ ଅତିଥି ଭାବରେ ପହଞ୍ଚିଥିଲେ। କପିଲ ହ୍ରିତିକଙ୍କୁ ପ୍ରିୟ ଖାଦ୍ୟ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ହ୍ରିତିକ୍‌ କହିଥିଲେ ସମୋସା ଅର୍ଥାତ୍‌ ସିଙ୍ଗଡା। ଯେତେବେଳେ ସିଙ୍ଗଡା ଖାଇବାର ସମୟ ଆସେ, ସେତେବେଳେ ୩-୪ ନୁହେଁ ଅତିକମ୍‌ରେ ୮ଟି ସିଙ୍ଗଡା ମୁଁ ଖାଏ ବୋଲି ହ୍ରିତିକ୍‌ କହିଛନ୍ତି। ମୁଁ ଯେଉଁଠାକୁ ବି ଯାଏ ସିଙ୍ଗଡା ଖୋଜେ ବୋଲି ସେ କହିଛନ୍ତି। ଏହାସହ ଫଳ ଖାଇବାକୁ ମଧ୍ୟ ସେ ଭଲ ପାଉଥିବା କହିଥିଲେ।

Share