Categories: ଜାତୀୟ

ଭାଜପାର ଏହି ବାହୁବଳୀ ପ୍ରାର୍ଥୀଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ଲାଗିଲା ୪ପୃଷ୍ଠା କାଗଜ

ଥିରୁଭାନନ୍ତପୁରମ,୨୧।୪: କେରଳର ପାଥନମଥିଟ୍ଟା ଲୋକ ସଭା ଆସନରୁ ଏଥର ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କେ. ସୁରେନ୍ଦ୍ରନ୍‌। ତାଙ୍କ ନାଁରେ ୨୪୨ ମାମଲା ଥିବା ଜଣାପଡିଛି। କେବଳ ସାବରିମାଳା ସମ୍ବନ୍ଧିତ ୨୨୨ଟି ମାମଲା ତାଙ୍କ ନାଁରେ ରହିଥିବା କୁହାଯାଉଛି। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ସୁରେନ୍ଦ୍ରନଙ୍କୁ ୪ ପୃଷ୍ଠା କାଗଜର ଆବଶ୍ୟକତା ପଡିଲା। ଦଳର ଏକ ଘରୋଇ ଚ୍ୟାନେଲ ‘ଜନମ ଟିଭି’ରେ ସୁରେନ୍ଦ୍ରନଙ୍କ ଆପରାଧିକ ମାମଲାର ବିବରଣୀ ଦେବାକୁ ପ୍ରାୟ ୬୦ ସେକେଣ୍ଡ ସମୟ ଲାଗିଲା। ଯେଉଁଠି ଅନ୍ୟମାନଙ୍କ ବିବାରଣୀ ମାତ୍ର ୭ ସେକେଣ୍ଡରେ ସରିଗଲା। ଦଳର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁରେନ୍ଦ୍ରନଙ୍କ ବିବାରଣୀ ଯଦି କୌଣସି ଖବରକାଗଜରେ ଦିଆଯାଇଥାଆନ୍ତା ତେବେ ଏଥିପାଇଁ ଅତିକମ୍‌ରେ ୬୦ଲକ୍ଷ ଟଙ୍କା ଲାଗିଥାଆନ୍ତା। ସେହିପରି କୌଣସି ଚ୍ୟାନେଲ ଏଥିପାଇଁ ଆହୁରି ଅଧିକ ଟଙ୍କା ଦାବି କରିଥାଆନ୍ତେ।

Share