କେ.ତ୍ରିଲୋଚନ ଦୋରା ହେଲେ ବୁଗୁଡ଼ା ଏନ୍‌ଏସି ବିଜେଡି ସଭାପତି

ବୁଗୁଡ଼ା,୨୮।୭(ଡି.ଏନ୍‌.ଏ.): ବିଜୁ ଜନତା ଦଳ(ବିଜେଡି)ର ବୁଗୁଡ଼ା ଏନ୍‌ଏସି ସଭାପତି ଭାବେ କେ.ତ୍ରିଲୋଚନ ଦୋରାଙ୍କୁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୟନ କରିଛନ୍ତି । ପୂର୍ବରୁ ତ୍ରିଲୋଚନ ପୋଲସରା ବିଧାୟକଙ୍କ ବୁଗୁଡ଼ା ଏନ୍‌ଏସି ପ୍ରତିନିଧି ଭାବେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ନଗର ସଭାପତି ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଏହି ପଦବୀରେ ରାଜେନ୍ଦ୍ର ପ୍ରସାଦ ପାଢ଼ୀ ଥିଲେ। ତେବେ ଗତ ବର୍ଷ ତାଙ୍କର କରୋନାରେ ଦେହାନ୍ତ ହେବା ପରେ ଏହି ପଦବୀ ଖାଲି ପଡିଥିଲା । ବର୍ତ୍ତମାନ କେ.ତ୍ରିଲୋଚନ ଦୋରାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରେ ଖୁସିର ଲହରି ଖେଳି ଯାଇଛି । ଜଣେ ଦକ୍ଷ ଯୁବ ସଂଗଠକ ଭାବେ ସେ ବେଶ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବେ ବୋଲି ଦଳ ପକ୍ଷରୁ ଆଶା କରାଯାଇଛି । ନଗର ସଭାପତି ଭାବେ ଚୟନ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସୁଥିବା ବେଳେ ତାଙ୍କୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତିରେ ଏନ୍‌ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଳକ ବିଜେଡି ସଭାପତି ମଦନଗୋପାଳ ଦୋରା ଓ ଜିଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଡି ପ୍ରମୁଖ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଛନ୍ତି।

Share