ମୁମ୍ବାଇ,୫ା୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଶୁକ୍ରବାର ବରିଷ୍ଠ ବ୍ୟାଙ୍କର କେ.ଭି.କାମାଥଙ୍କୁ ଆସନ୍ତା ୫ବର୍ଷ ପାଇଁ ଆର୍ଆଇଏଲ୍ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍ଆଇଏଲ୍ର ବୋର୍ଡ ଅଫ୍ ଡାଇରେକ୍ଟର୍ସମାନଙ୍କ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କାମାଥଙ୍କ ନିଯୁକ୍ତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଫଳରେ ରିଲାଏନ୍ସ ଷ୍ଟ୍ରାଟେଜିକ୍ ଇନ୍ଭେଷ୍ଟମେଣ୍ଟସ ଲିମିଟେଡ୍ ପାଇଁ ଜଣେ ସ୍ବାଧୀନ ନିର୍ଦ୍ଦେଶକ ତଥା ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି ବୋଲି ରିଲାଏନ୍ସ ଗ୍ରୁପ୍ ପକ୍ଷରୁ କୁହାଯାଇଛି।