ନିର୍ଦ୍ଦେଶକ ବିଶ୍ୱନାଥଙ୍କ ମୃତ୍ୟୁର ୨୫ ଦିନ ପରେ ଆଖି ବୁଜିଲେ ପତ୍ନୀ

ହାଇଦ୍ରାବାଦ: ନିର୍ଦ୍ଦେଶକ ସ୍ବାମୀଙ୍କ ପଛେପଛେ ଦୁନିଆରୁ ବିଦାୟ ନେଲେ ପତ୍ନୀ। ଏଭଳି ଏକ ଦୁଃଖଦ ଖବର ଦକ୍ଷିଣ ଭାରତୀୟ ସିନେମାଜଗତରୁ ଆସିଛି। ଲୋକପ୍ରିୟ ଫିଲ୍ମ ନିର୍ମାତା ସ୍ବର୍ଗତ କେ. ବିଶ୍ୱନାଥଙ୍କ ପତ୍ନୀ ଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି। ସ୍ବାମୀ ବିଶ୍ୱନାଥଙ୍କ ମୃତ୍ୟୁର ୨୫ ଦିନ ପରେ ଗତ ରବିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ହାଇଦ୍ରାବାଦ ସ୍ଥିତ ନିଜ ଘରେ ଜୟଲକ୍ଷ୍ମୀ ଶେଷ ନିଶ୍ୱାସ ତ୍ୟାଗ କରିଛି। ସେ ଗତ କିଛି ଦିନ ବୟସାଧିକ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ଥିଲେ। ଜୟଲକ୍ଷ୍ମୀଙ୍କ ମୃତ୍ୟୁ ଖବର ଶୁଣି ସାଉଥ୍‌ ମେଗାଷ୍ଟାର ଚିରଞ୍ଜିବୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ କିଛିଦିନ ପୂର୍ବରୁ ଜୟଲକ୍ଷ୍ମୀଙ୍କୁ ଭେଟି ତାଙ୍କ ସହିତ କଥା ହୋଇଥିଲେ। ଏହି ଭେଟଘାଟ ବେଳର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

କେ. ବିଶ୍ୱନାଥ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ନିର୍ଦ୍ଦେଶକ ଥିଲେ। ତାଙ୍କର ଫିଲ୍ମ ଏବଂ କାମକୁ ବେଶ ପସନ୍ଦ କରାଯାଉଥିଲା। ୧୯୬୫ରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ। ନିଜର କ୍ୟାରିୟରରେ ସେ ଅନେକ ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ। ଏଥିଲାଗି ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ପାରିବାରିକ ଜୀବନ ଦେଖିଲେ ସେ ପତ୍ନୀଙ୍କ ସହ ତିନି ସନ୍ତାନ ସହ ରହୁଥିଲେ। ଏହାଛଡ଼ା ତାଙ୍କର ୬ ନାତିନାତୁଣୀ ମଧ୍ୟ ଅଛନ୍ତି। ଏବେ ଉଭୟଙ୍କ ଦେହାନ୍ତ ପରେ ପୁରା ପରିବାର ଶୋକରେ ବୁଡ଼ିଛି।

Share