ଅଟୋରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର

ଜଣାଶୁଣା ତାମିଲ ଅଭିନେତା ଭିରୁଟଚଙ୍ଗାକିନ୍ଥଙ୍କ ମୃତଦେହକୁ ବୁଧବାର ଏକ ଅଟୋରୁ ଉଦ୍ଦାର କରାଯାଇଛି। ଦୀର୍ଘଦିନ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମର ଅନୁସନ୍ଧାନରେ ରହିଥିଲେ। ଏବେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ଖବର ଅନୁଯାୟୀ, ମାତା-ପିତାଙ୍କ ମୃତ୍ୟୁପରେ ଭିରୁଟଚଙ୍ଗାକିନ୍ଥ ଦୁଃଖରେ ଭାଙ୍ଗିପଡ଼ିଥିଲେ। ତେବେ ଫିଲ୍ମରେ କାମ ନ ମିଳିବାରୁ ତାଙ୍କ ସମସ୍ୟା ଆହୁରି ବଢ଼ିଯାଇଥିଲା। କେବଳ ସେତିକି ନୁହେଁ ଆର୍ଥିକ ସମସ୍ୟା ଯୋଗୁ ତାଙ୍କୁ ରାସ୍ତା କଡ଼ରେ ଅଟୋରେ ଏବଂ ମନ୍ଦିରରେ ରାତି କାଟିବାକୁ ପଡ଼ୁଥିଲା। ଆର୍ଥିକ ସାଙ୍ଗକୁ ସେ ମାନସିକ ଏବଂ ଶାରୀରିକ ଭାବରେ ସେ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ କୌଣସି ଫିଲ୍ମରେ ସୁଯୋଗ ମିଳି ନ ଥିଲା। ଭିରୁଟଚଙ୍ଗାକିନ୍ଥଙ୍କୁ ୨୦୦୪ରେ ରିଲିଜ୍‌ ଫିଲ୍ମ ‘କାନ୍ଧଲ’ରେ ଦେଖିବାକୁ ମିଳିଥିଲା।

Share