କାଳ ବୈଶାଖୀ ତାଣ୍ଡବ: ଉଡିଗଲା ଛପର: ଗଛ ଡ଼ାଳ ପଡ଼ି ଜଣେ ଗୁରୁତର ନଷ୍ଟ ହେଲା…

ପାଟଣା,୨୨।୩(ବୀର କିଶୋର ଦାଶ): କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ବ୍ଲକର ଡେଣୁଆ ଓ କୋଡଖମଣ ଗ୍ରାମରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ଭାଙ୍ଗି ଯାଇଛି। ଘର ଛପର ଭାଙ୍ଗିବା ସହ ପବନରେ ୧୨ରୁ ଊର୍ଦ୍ଧ୍ୱଘର ଛପର ଉଡ଼ି ଯାଇଛି। ଏଥିସହ କୋଡଖମଣ ଗ୍ରାମରେ ବ୍ୟାପକ ତରଭୁଜ, ବିଲାତି, ଭେଣ୍ଡି,ଓ ସୂର୍ଯ୍ୟ ମୁଖୀ ଫସଲ ନଷ୍ଟ ହୋଇଛି।
ଅନ୍ୟପକ୍ଷେ, କୋଡଖମଣ ଗ୍ରାମରେ ଜଣେ ବୃଦ୍ଧ ହାଟରୁ ଫେରୁଥିବା ବେଳେ ତାଙ୍କ ଉପରେ ଗଛ ଡାଳ ପଡି ଚାପି ହୋଇ ପଡ଼ିବାରୁ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି କୂଳମଣି ମହାନ୍ତ। ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏଥିସହ କୋଡଖମଣ ଗ୍ରାମର ବ୍ୟାପକ ତରଭୁଜ, ବିଲାତି, ଭେଣ୍ଡି,ଓ ସୂର୍ଯ୍ୟମୁଖୀ ଫସଲ ନଷ୍ଟ ହୋଇଛି। ଡେଣୁଆର ଲକ୍ଷ୍ମୀଧର ସାହୁଙ୍କ ଘର ଉପରେ ଏକ ଚାକୁଣ୍ଡା ଗଛ ଖସି ପଡ଼ିବାରୁ ଘର ଭାଙ୍ଗିଯାଇଛି । କୋଡ ଖମଣ ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତ, ଦିବାକର ମହାନ୍ତ, ମଧୁ ସୁଦନ ମହାନ୍ତ , ଘନ ଶ୍ୟାମ ମହାନ୍ତ, ଅଲେଖ ମହାନ୍ତ, ଘାସିଆ ନାଏକଓ ବୋଇତ ପାତ୍ରଙ୍କ ଟାଇଲ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ଆସିଲା ବଡ଼ ରାୟ


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର କଇଁଛ, ଅଣ୍ଡା ଦେବାକୁ ଆସି…

ଗଞ୍ଜାମ,୨୪ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମସ୍ଥିତ ଋଷୁକୂଲ୍ୟା ବେଳାଭୂମିରେ ଏକ ବିରଳ ପ୍ରଜାତିର କଇଁଛ ଅଣ୍ଡାଦାନ କରିବାକୁ ଆସିଥିବା...

ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ନାବାଳିକା (୧୭ବର୍ଷ)ଙ୍କ ମୃତଦେହ ରବିବାର ବୁର୍ଲା ଥାନା ଅଶୋକ ନିବାସ...

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲାଣି ଟୋଲ ପ୍ଲାଜା ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ପଛପଟରେ ଆଉ ଏକ ଟ୍ରକ୍‌...

ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ଜଣେ ଆହତ

ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋଶି ଓଭର ବ୍ରିଜ୍‌ ଉପରେ ଏକ ପାଇପ୍‌ ବୋଝେଇ ଟ୍ରାକ୍ଟରକୁ ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ...

କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି।...

ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର

ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା...

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୧୯.୬୫ କୋଟି ମଞ୍ଜୁର

ଭୁବନେଶ୍ୱର/ବାରିପଦା,୨୪ା୩ (ରବିନାରାୟଣ ଜେନା,ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗତ ଶୁକ୍ରବାର କାଳବୈଶାଖୀଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳର...

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image