ରାଇକିଆ,୨୪।୪:(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ମାଡ ହୋଇଥିଲା। ଏହାର ପ୍ରଭାବରେ ଗଛ ଭାଙ୍ଗି ଘର ଉପରେ ପଡ଼ିଥିବା ବେଳେ ଅନେକ ଲୋକଙ୍କର ଟିଣ ଛପର ଉଡ଼ି ଯାଇଛି । ଏଥି ଯୋଗୁ ରାଇକିଆ ଅଞ୍ଚଳରେ ଅପରାହ୍ନରୁ ବିଦୁତ୍ ସରବରାହ ବନ୍ଦ ରହିଛି । ବର୍ଷା ଅପରାହ୍ନରୁ ଆରମ୍ଭ ହୋଇ ଥିଲେ ମଧ୍ୟ ସା ପର୍ଯ୍ୟନ୍ତ ଲାଗି ରହିଛି ।


