କରୋନାରୁ ମୁକ୍ତି ପାଇଁ ଉପକାରୀ ଏହି ଜଡିବୁଟି ଔଷଧ

ମାରାତ୍ମକ କରୋନା ଔଷଧ ପ୍ରସ୍ତୁତ ବିଶ୍ୱସ୍ତରରେ ପ୍ରୟାସ ଚାଲିଛି। ଆୟୁର୍ବେଦରେ ମଧ୍ୟ କରୋନା ଚିକିତ୍ସା ପାଇଁ ଔଷଧ ଉପଲବ୍ଧ କରିବା ପାଇଁ ବିଭିନ୍ନ ପରୀକ୍ଷାନୀରିକ୍ଷା ଚାଲିଛି। କରୋନା ପାଇଁ ତାମିଲନାଡୁର ପାରମ୍ପରିକ ଉପାଦାନକୁ ନେଇ ପ୍ରସ୍ତୁତ ‘କାବସୁର କୁଡିନିର’ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
କାବସୁର କୁଡିନିର ଅଦା, ଆପଲ, ଲବଙ୍ଗ, ସିରୁକୁଙ୍କୋରୀ ମୂଳ, ମୂଳା ମୂଳ, କାଦୁକାଇ, ଅଜୱାଇନ ଭଳି ଅନେକ ଔଷଧୀୟ ଉପାଦନଗୁଡିକୁ ନେଇ ତିଆରି ହୋଇଥାଏ। ଏହି ଉପାଦାନଗୁଡ଼ିକୁ ପାଣିରେ ପକାଇ ତାକୁ ସିଝାଯାଏ। ପାଣି ଏକ ଚତୁର୍ଥାଂଶ ହେବା ପର୍ଯ୍ୟନ୍ତ ଫୁଟାଯାଏ। ତାମିଲନାଡୁ ସରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହା ଔଷଧ ନୁହେଁ ସରକାର ସ୍ପଷ୍ଟ କରିଛନ୍ତି।


ତାମିଲନାଡୁର ତିରୁପତି ଜିଲା ସହକାରୀ ଚିକିତ୍ସା ଅଧିକାରୀ (ସିଦ୍ଧ) ଡକ୍ଟର ଭି ବିକ୍ରମ କୁମାର, ତାମିଲନାଡୁର ଭାରତୀୟ ମେଡିସିନ ଏବଂ ହୋମିଓପାଥି ନିର୍ଦ୍ଦେଶକ ଏସ ଗଣେଶ, ତାମିଲନାଡୁର ଜିଲା ଡ୍ରଗ ଏବଂ ହୋମିଓପାଥି ନିର୍ଦ୍ଦେଶାଳୟର ସଂଯୁକ୍ତ ନିର୍ଦ୍ଦେଶକ ପି ପାର୍ଥିବାନ୍‌ ଏହି ଅଧ୍ୟୟନରେ ସାମିଲ ହୋଇଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ କାବସୁର କୁଡିନିର ଖାଇଥିଲେ ସେମାନଙ୍କର ଏପ୍ରିଲ ୬ରେ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିବାବେଳେ ଯେଉଁମାନେ ଔଷଧ ପିଇ ନ ଥିଲେ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।