ପ୍ରେମିକାଙ୍କ ପାଇଁ ସ୍ତ୍ରୀଙ୍କୁ ନାମ ବଦଳାଇବାକୁ କହିଥିଲେ ଏହି ଅଭିନେତା, ରାଗିଯାଇ ସ୍ତ୍ରୀ କହିଲେ…

ଅଭିନେତା କବୀର ବେଦୀ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ତାଙ୍କ ଜୀବନୀ ‘ଷ୍ଟୋରିଜ୍‌ ଆଇ ମଷ୍ଟ ଟେଲ୍‌ ଦ ଇମୋଶନାଲ ଲାଇଫ ଅଫ ଦ ଆକ୍ଟର’ ପୁସ୍ତକ ପବ୍ଲିସ ହୋଇଛି। ଏହି ଆତ୍ମଜୀବନୀରେ କବୀର ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ପରଭିନ ବାବିଙ୍କଠାରୁ ଆରମ୍ଭ କରି ନିକଟ ସମ୍ପର୍କୀୟ ଓ ପ୍ରଥମ ସ୍ତ୍ରୀ ପ୍ରତିମାଙ୍କ ସହ ଅସଫଳ ବୈବାହିକ ଜୀବନ ସବୁକିଛି ବର୍ଣ୍ଣନା କରିଛନ୍ତି। କବୀର ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି।

ସେ କହିଛନ୍ତି, ଥରେ ସେ ସ୍ତ୍ରୀ ପରଭିନ ଦୁସାଞ୍ଜଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ କହିଥିଲେ। କାରଣ ତାଙ୍କ ଜୀବନରେ ପୂର୍ବରୁ ଜଣେ ପରଭିନ ଥିଲେ, ଯାହାଙ୍କ ସହ ସେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ। ପ୍ରେମିକା ମାନସିକ ରୋଗୀ ଥିଲେ। ଏଭଳି ପରିସ୍ଥିତିରେ କବୀର ଚାହୁଁ ନଥିଲେ ଲୋକମାନେ ତାଙ୍କ ସ୍ତ୍ରୀ ପରଭିନଙ୍କୁ ପ୍ରେମିକା ପରଭିନ୍‌ଙ୍କ ସହ ତୁଳନା କରନ୍ତୁ। ମାତ୍ର କବୀରଙ୍କ କଥା ଶୁଣିବା ପରେ ତାଙ୍କ ସ୍ତ୍ରୀ ରାଗି ଯାଇଥିଲେ। କବୀର କହିଥିଲେ ମୋ ଜୀବନରେ ପୂର୍ବରୁ ଜଣେ ପରଭିନ୍‌ ଆସିଥିଲେ। ତେଣୁ ତୁମେ ତୁମ ନାମ ବଦଳାଇ ପାରିବ। କାରଣ ଲୋକମାନେ ତୁମର ନାମ ଶୁଣି ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଏହା ଶୁଣି ସ୍ତ୍ରୀ କହିଲେ ତୁମେ ମୋ ନାମ ବଦଳାଇବା କଥା ମୋତେ କହିବାକୁ କିପରି ସାହସ କରୁଛ?

ପରଭିନ ତାଙ୍କ ନାମ ପରିବର୍ତ୍ତନ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ। ପରେ କବୀର ତାଙ୍କୁ ସମାନ ନାମରେ ମଧ୍ୟ ଡାକିବା ଆରମ୍ଭ କରିଥିଲେ।

Share