ଏବେ ହେବନି କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, କାହିଁକି ଜାଣନ୍ତୁ

ଗଞ୍ଜାମ,୧୩।୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ହୋଇଛି। ବର୍ତ୍ତମାନ ନିର୍ବାଚନ ନକରିବାକୁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ରୋକ ଥିବାରୁ ଏବେ ନିର୍ବାଚନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନ୍ୟ କିଛି ପଞ୍ଚାୟତ ସମିତି ସହ କବିସୂର୍ଯ୍ୟନଗର ପାଇଁ ବିଜ୍ଞପ୍ତି ବାହାରିଥିଲା।