ଚାଇନା ଭଳି ଅନ୍ଧାରରେ ବୁଡି ଯାଇପାରେ କାବୁଲ

କାବୁଲ,୫ ।୧୦: ତାଲିବାନ ଆଫଗାନିସ୍ତାନକୁ ନିଜ କବଳକୁ ନେଇ ଯାଇଛି ସତ । ହେଲେ ଏବେ ବେଳକୁ ବେଳ ତାଲିବାନ ଆଗରେ ନୂଆ ନୂଆ ସମସ୍ୟା ଠିଆ ହେଉଛି । ତାଲିବାନ ଆଫଗାନିସ୍ତାନରେ ବିଜୁଳି ଯୋଗାଇ ଦେଉଥିବା କମ୍ପାନୀ ଗୁଡିକର ବାକିଥିବା ବିଲ୍ ଦେବାକୁ ଏବେ ଅକ୍ଷମ ହୋଇଛି । ଏଥିପାଇଁ ଏବେ କାବୁଲ ସମେତ ସମଗ୍ର ଆଫଗାନିସ୍ତାନରେ ବିଜୁଳି ସଙ୍କଟ ଦେଖାଯାଇଛି । ଫଳରେ କିଛି ବଡ ବଡ ସହର ଅନ୍ଧାରରେ ବୁଡିଯିବାର ସମ୍ଭାବନା ରହିଛି । ବାଲ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ବିଦ୍ୟୁତ ପ୍ରାଧିକରଣ ଦ ଆଫଗାନିସ୍ତାନ ବ୍ରେଶନା ଶେରକାତର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦାଉଦ ନୁରଜାଇ କହିଛନ୍ତି ଆଫଗାନିସ୍ତାନ ବିଶେଷ ଭାବେ ବିଜୁଳି ପାଇଁ ଉଜବେକିସ୍ତାନ, ଜାଜିକିସ୍ତାନ ଭଳି ପଡୋଶୀ ଦେଶ ଉପରେ ନିର୍ଭର କରିଥାଏ । ଅଧା ବିଜୁଳି ତୁର୍କମେନିସ୍ତାନରୁ ଆସିଥିବା ସେ ପ୍ରକାଶ କରିଛନ୍ତି । ତେଣୁ ଏବେଠାରୁ ଯଦି ଆଫଗାନିସ୍ତାନରେ ଏଭଳି ବିଜୁଳି ସଙ୍କଟ ଦେଖାଦିଏ ତେବେ ଏହା ଭବିଷ୍ୟତରେ ଚାଇନା ଭଳି ଅନ୍ଧାରରେ ବୁଡିଯିବ ବୋଲି ଅନୁମାନ କରାଯାଇଛି ।

Share