କେମେନ ଏସ୍‌ଇ ସହ କାବିଲର ଐତିହାସିକ ଚୁକ୍ତିନାମା

ଭୁବନେଶ୍ୱର,୧୬।୧ (ଅଭୟ ଦାଶ): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ବା କାବିଲ ଏବଂ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶ ସରକାରଙ୍କ ଅଧୀନ କେମେନ ଏସ୍‌ଇ ମଧ୍ୟରେ ସୋମବାର ଏକ ଐତିହାସିକ ଚୁକ୍ତିନାମା କାଟାମାର୍କାଠାରେ ସ୍ବାକ୍ଷରିତ ହୋଇଯାଇଛି। କାଟାମାର୍କାର ଗଭର୍ନର ଏଲ୍‌ଆସି. ରଲ ଜଲିଲ, ଭାଇସ ଗଭର୍ନର ଇଂ ରୁବେନ ଡସୋ, କାଟାମାର୍କା ପ୍ରଦେଶର ଖଣି ମନ୍ତ୍ରୀ ମାରସେଲୋ ମାରୁଆ ଏବଂ ଆର୍ଜେଣ୍ଟିନାରେ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆଙ୍କ ଉପସ୍ଥିତିରେ ଉପରୋକ୍ତ ଚୁକ୍ତିନାମା ବା ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି.ଏଲ୍‌. କାନ୍ଥାରାଓ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଭିଡିଓ କନଫରେନସ ମାଧ୍ୟମରେ ଉପସ୍ଥିତ ଥିଲେ।

ଏହି ଅବସରରେ ନାଲ୍‌କୋ ସିଏମ୍‌ଡି ତଥା କାବିଲର ଚେୟାରମ୍ୟାନ ଶ୍ରୀଧର ପାତ୍ର ଏବଂ ନାଲକୋର ବାଣିଜି୍ୟକ ନିର୍ଦ୍ଦେଶକ ତଥା କାବିଲର ସିଇଓ ସଦାଶିବ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଉଭୟ ଭାରତ ଓ ଆର୍ଜେଣ୍ଟିନା ପାଇଁ ଏହା ଏକ ଐତିହାସିକ ଦିନ ହୋଇଥିଲାବେଳେ କାବିଲ ଏବଂ କେମେନ ମଧ୍ୟରେ ହୋଇଥିବା ବୁଝାମଣା ଦ୍ୱାରା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି।

ଉକ୍ତ ବୁଝାମଣା ଦ୍ୱାରା ଉଭୟ ଶକ୍ତି କ୍ଷେତ୍ର ଏବଂ ଭାରତର ବିଭିନ୍ନ ଶିଳ୍ପରେ ବ୍ୟବହୃତ ଅତ୍ୟାବଶ୍ୟକ ଖଣିଜ ପଦାର୍ଥଗୁଡିକର ବିବିଧ ଓ ଦୀର୍ଘସ୍ଥାୟୀ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିବ । କୌଣସି ଭାରତୀୟ ସରକାରୀ କମ୍ପାନୀ ବିଦେଶରେ ଲିଥିୟମ ଅନୁସନ୍ଧାନ ଏବଂ ଉତ୍ତୋଳନ କ୍ଷେତ୍ରରେ କାର୍ଯ୍ୟ କରିବାରେ ଏହା ସର୍ବପ୍ରଥମ ପ୍ରକଳ୍ପ ଭାବେ ବିବେଚିତ ହୋଇଛି। ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶରେ ୧୫,୭୦୩ ହେକ୍ଟର ପରିମିତ କ୍ଷେତ୍ରରେ କାବିଲ ପକ୍ଷରୁ ୫ଟି ଲିଥିୟମ ଖଣି ଯଥା କର୍ତ୍ତାଡେରା-୧, କର୍ତ୍ତାଡେରା-୭,କର୍ତ୍ତାଡେରା-୮, କାଟିଓ ୨୦୨୨-୦୧୮୧୦୧୩୨ ଏବଂ କର୍ତ୍ତାଡେରା-୬ର ଅନୁସନ୍ଧାନ ଏବଂ ବିକାଶର ପ୍ରକ୍ରିୟା ଆରମ୍ଭ କରିବା ସହିତ କାବିଲ ଆର୍ଜେଣ୍ଟିନାର କାଟାମାର୍କାରେ କମ୍ପାନୀର ଏକ ଶାଖା କାର୍ଯ୍ୟାଳୟ ସ୍ଥାପନ କରିବ ବୋଲି ଜଣାପଡିଛି। ଉକ୍ତ ପ୍ରକଳ୍ପର ସମୁଦାୟ ବ୍ୟୟ ୨୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଉକ୍ତ ବୁଝାମଣା ଦ୍ୱାରା କାବିଲକୁ ୫ଟି ଖଣିଜ ବ୍ଲକର ଅବଧାରଣା ମୂଲ୍ୟାଙ୍କନ ଏବଂ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ଅଧିକାର ତଥା ଅନୁମୋଦନ ମିଳିପାରିଛି, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ଖଣିଜ ପଦାର୍ଥର ସ୍ଥିତି ଅନୁସାରେ ଲିଥିୟମର ଉତ୍ତୋଳନ ଓ ବାଣିଜି୍ୟକ କାରବାର କରାଯାଇପାରିବ। ଏହି ପ୍ରୟାସ ଭାରତ ନିମନ୍ତେ ଲିଥିୟମର ଆବଶ୍ୟକତାକୁ ପୂରଣ କରିବା ଦିଗରେ ତଥା ବ୍ରାଇଁନ ଲିଥିୟମର ଅନୁସନ୍ଧାନ ଓ ଉତ୍ତୋଳନ କ୍ଷେତ୍ରରେ ଜ୍ଞାନକୌଶଳ ଓ ପରିଚାଳନା ଅଭିଜ୍ଞତା ବିନିଯୋଗ ତଥା ବୃଦ୍ଧି କରିବାରେ ସହାୟକ ହେବ।

ବିଶ୍ୱରେ କ୍ରିଟିକାଲ ମିନେରାଲ ଅନୁସନ୍ଧାନ ଦିଗରେ କାର୍ଯ୍ୟ କରିବା ପାଇଁ ଭାରତର ୩ ସରକାରୀ ଉଦ୍ୟୋଗ ଯେପରି, ନାଲକୋ, ହିନ୍ଦୁସ୍ତାନ କପର ଲିମିଟେଡ଼ ଏବଂ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ଼ର ମିଳିତ ସହଯୋଗରେ କାବିଲର ଗଠନ କରାଯାଇଛି ଏବଂ ନବରତ୍ନ ନାଲକୋ ଏଥିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଅଛି । ଏହି ପ୍ରୟାସ ଦେଶର କ୍ରିଟିକାଲ ମିନେରାଲର ଚାହିଦା ମେଣ୍ଟାଇବା ଦିଗରେ ଏବଂ ଆତ୍ମନିର୍ଭର ଭାରତ ଆଭିମୁଖ୍ୟ ପୂରଣ ଦିଗରେ ଯଥେଷ୍ଟ ସହାୟକ ହେବ ।

ସୂଚନାଯୋଗ୍ୟ ଯେ, ଚିଲି ଏବଂ ବଲିଭିଆ ସହ ଆର୍ଜେଣ୍ଟିନା ଦେଶ ଲିଥିୟମ ତ୍ରିକୋଣର ଅଂଶ ଅଟେ। ପୃଥିବୀରେ ଗଚ୍ଛିତ ସମୁଦାୟ ଲିଥିୟମର ଅଧାରୁ ଅଧିକ ପରିମାଣ ଏହି ଦେଶରେ ରହିଥିବାବେଳେ, ଲିଥିୟମ ଉତ୍ସଗୁଡିକ କ୍ଷେତ୍ରରେ ଦ୍ୱିତୀୟ, ଲିଥିୟମ ଗଚ୍ଛିତ କ୍ଷେତ୍ରରେ ଦ୍ୱିତୀୟ ଏବଂ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ୪ର୍ଥ ସ୍ଥାନରେ ରହିଛି। ଏହି ବୁଝାମଣା ପତ୍ର ଦ୍ୱାରା ଭାରତ ଓ ଆର୍ଜେଣ୍ଟିନା ମଧରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହେବା ସହ ଖଣି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ। ବିଭିନ୍ନ ଶିଳ୍ପ ନିମନ୍ତେ କ୍ରିଟିକାଲ ଓ ଷ୍ଟ୍ରାଟେଜିକ ଖଣିଜ ପଦାର୍ଥର ବିବିଧ ଓ ସ୍ଥାୟୀ ଯୋଗାଣ ଶୃଙ୍ଖଳା ନିଶ୍ଚିତ କରିବା ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri