ଏତେ ବଦଳିଗଲେଣି ‘କଚ୍ଚା ବାଦାମ୍‌’ ଫେମ୍‌ ଭୁବନ; କହିଲେ ‘ଏବେ ମୁଁ ସେଲିବ୍ରିଟି’

ବମ୍ବେ: ସୋସିଆଲ ମିଡିଆରେ ଗୋଟିଏ ଗୀତ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିଲେ ‘କଚ୍ଚା ବାଦାମ’ ଫେମ୍‌ ଭୁବନ ବାଦକାର। ଏବେ ସେ ପୁଣି ଥରେ ଆଉ ଏକ ନୂଆ ଗୀତ ସହ ଫେରିଛନ୍ତି। ଗୀତର ରିଲିଜକୁ ନେଇ ଭୁବନ ବହୁତ ଉତ୍ସାହିତ ଥିବା ବେଳେ କେବେ ବି ଆଉ ସେ ବାଦାମ ବିକିବେ ନାହିଁ ବୋଲି କହିଛନ୍ତି।
ଚଳିତ ବର୍ଷ ମେ’ ମାସରେ ଦୁର୍ଘଟଣାରେ ଆହତ ହୋଇଥିଲେ ଭୁବନ। ସେବେଠାରୁ ସେ ସୋସିଆଲ ମିଡିଆରୁ ଗାଏବ ହୋଇଯାଇଥିଲେ। ହେଲେ ସେ ସୁସ୍ଥ ହୋଇସାରିଛନ୍ତି। ଖୁବ୍‌ଶୀଘ୍ର ସେ ନୂଆ ଆଲବମ୍‌ ରିଲିଜ କରିବାକୁ ଯାଉଛନ୍ତି। ଏହି ଆଲବମରେ ତିନୋଟି ଗୀତ ରହିଛି। ସେଗୁଡ଼ିକରେ ଭୁବନଙ୍କ ଜୀବନକାହାଣୀ ରହିଛି। ‘ଅବ୍‌ ମେ ମୁଂଗଫଲି ନହିଁ ବେଚୁଙ୍ଗା’ ତାଙ୍କ ଆଲବମର ନାଁ ବୋଲି ସେ କହିଛନ୍ତି।
ଭୁବନ ଜୀବନରେ ଆସିଥିବା ପରିବର୍ତ୍ତନକୁ ନେଇ କହିଛନ୍ତି, ,ଏବେ ମୋ ପାଖରେ ଆଉ ସମୟ ନାହିଁ। ମୋର ନିଜର ଜୀବନ ରହିଛି। ମୋର ଗାଡ଼ି ଅଛି। ମୋ ଜୀବନର ଏହା ବଡ଼ ସତ୍ୟରେ ପରିଣତ ହୋଇଛି। ମୋ ଗୀତରେ ସେସବୁ ଦେଖିବାକୁ ମିଳିବ। ତେବେ ନିଜକୁ ସେ ବହୁତ ଭାଗ୍ୟବାନ ବୋଲି ମନେ କରୁଛନ୍ତି। ଏବେ ସେ ମନେମନେ ନିଜକୁ ସେଲିବ୍ରିଟି ବୋଲି ଭାବୁଥିବା ଭୁବନ କହିଛନ୍ତି।

Share